ଆରଡ଼ିସି କଯ୍ୟାଳୟ ଗେଟ ଆଗରେ ଦକ୍ଷିଣାଞ୍ଚଳ ର ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ବିକ୍ଷୋଭ

ରାଜ୍ୟ ସ୍ତରୀୟ ଡାକରା କ୍ରମେ ରାଜ୍ୟ ରେ ତିନୋଟି RDC ଅଧୀନ ରେ ଆଉଟସୋରସିଂ କର୍ମଚାରୀ ଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀ ରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ରେ 8 ଟି ଜିଲ୍ଲା ର ବିଭିନ୍ନ ବିଭାଗ ର ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଏକ ବିଶାଳ ରାଲି ରେ ପହଂଚି ବିକ୍ଷୋଭ କରିଛନ୍ତି I ରାଜ୍ୟ କର୍ମଚାରୀ ନେତା ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କର୍ମଚାରୀ ମାନେ ପୂର୍ବର ସମସ୍ତ ଦାବୀ କୁ ନେଇ ପୁଣି ଆସନ୍ତା 31 ଜୁଲାଇ ରେ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତ୍ତି ହୋଇଛି I ପୂର୍ବରୁ 10 ଦଫା ଦାବିକୁ ନେଇ ମହାସଂଘ ପୂର୍ବରୁ ବହୁଥର ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର କେବଳ ପ୍ରତିଶୃତି ଦେଇ ଉକ୍ତ କର୍ମଚାରୀ ମାନଂକୁ ଭଣ୍ଡାଇ ଚାଲିଛନ୍ତି I ରାଜ୍ୟ ରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ଉଛେଦ ହେଲା ବୋଲି ସରକାର ଘୋଷଣା କରିଥିବା ବେଳେ ପ୍ରକୃତରେ ଅସ୍ଥାୟୀ ଠିକା ପ୍ରଥା ଅଧୀନ ରେ ଥିବା ଏହି କର୍ମଚାରୀ ମାନଙ୍କ କଥା ସରକାର ପ୍ରାୟ ଭୁଲି ଯାଇଛନ୍ତି I ଏହାକୁ ନେଇ ରାଜ୍ୟ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ମଧ୍ୟରେ ଘୋରଅସନ୍ତୋଷ ରହିଛି ବର୍ତମାନ ସ୍ୱଳ୍ପ ଦରମା ରେ ଏହି କର୍ମଚାରୀ ମାନେ ଅସ୍ଥାୟୀ ଭାବେ କାର୍ଯ୍ୟକରୁଛନ୍ତି I ତେଣୁ ଆଗାମୀ ଦିନରେ ଆନ୍ଦୋଳନ କୁ ଦୁର୍ବାର ରୂପ ନେବ ବୋଲି ରାଜ୍ୟ ନେତୃବୃନ୍ଦ ମାନେ ମତ୍ତ ବ୍ୟକ୍ତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ସ୍ତମ୍ଭକାର ଭାଲ ଚନ୍ଦ୍ର ଷଡ଼ଙ୍ଗୀ,ରାଜ୍ୟ ସମ୍ପାଦକ ମାନସ ଦାସ,ଦୀପକ ପ୍ରଧାନ, ଦିବ୍ୟଲୋଚନ ସ୍ୱାଇଁ, ପ୍ରମୁଖ ରାଜ୍ୟ ନେତୃମଣ୍ଡଳୀ ନିଜ ନିଜ ରେ ବକ୍ତବ୍ୟ ରଖିଥିଲେ I ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି I କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା (ଜବସିକ୍ୟୁରିଟି ପ୍ରଦାନ)ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି Iବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ I ମହିଳା କର୍ମଚାରୀ ମାନଂକୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ I ଇପିଏଫ /ଇଏସଆଇ ର ସଠିକ ପୈଠ ବରିଷ୍ଠତା ଓ ଦକ୍ଷତା ଭିତ୍ତି ରେ ପଦୋନ୍ନତି ର ବ୍ୟବସ୍ଥା ଦାବୀ ରହିଛି I ଏହି ସମାବେଶ ରେ ଦକ୍ଷିଣାଞ୍ଚଳ ଜିଲ୍ଲା ର ସମସ୍ତ କର୍ମଚାରୀ ସଙ୍ଘ ର ନେତା ମାନେ ଦାୟିତ୍ୱ ନେଇଥିଲେ I *ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ,ଦକ୍ଷିଣାଞ୍ଚଳ ଜିଲ୍ଲା କମିଟି ତରଫରୁ*