ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ମହାଦୁର୍ନୀତି

ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଠାରୁ ଲେମ୍ଭାଇ ତିନିଛକିଆ ୯ କିଲୋମିଟର ରାସ୍ତା ଶୋଚନୀୟ ଅବସ୍ଥା ରେ ପଡ଼ିରହିଛି । ପ୍ରତିଦିନ ୩ଟି ପଞ୍ଚାୟତ ଲେମ୍ଭାଇ, ଗେରେଡ଼ା ଏବଂ କ୍ଷେତମୁଣ୍ଡାଳି ର ୪୦ ରୁ ୪୫ ଗାଁର ଲୋକମାନେ ଯାତାୟାତ କରୁଥିବା ବେଳେ ବିଭିନ୍ନ ବ୍ୟବସାୟୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ଏହି ଖାଲ ଖମା ଭର୍ତି ରାସ୍ତା ଦେଇ ଯିବା ଆସିବା କରଥାନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ଆସିଛି । ତେବେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସୂଚନା ପ୍ରକାରେ ଆର୍ଥିକ ବର୍ଷ ୨୦୧୭-୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା । ଗୋଟିଏ ପଟେ କାର୍ଯ୍ୟ ଶେଷ ଆଉ ଅନ୍ୟପଟେ ପିଚୁ ଉଠିବା ଆରମ୍ଭ । ତେବେ ବର୍ଷ ୨୦୨୩ ପର୍ଯ୍ୟନ୍ତ ଏହାର ରକ୍ଷଣବେକ୍ଷଣା ପାଇଁ ନିର୍ଦ୍ଧାରିତ ସମୟ ଥିଲେ ମଧ୍ୟ ଥରୁଟିଏ ବି ମରାମତି ହୋଇନାହିଁ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଁ ଜମ ଯନ୍ତ୍ରଣା ଭୋଗୁଛନ୍ତି ଅଂଚଳବାସୀ । ଏଥିପାଇଁ ଦାୟୀ କିଏ ? ଠିକାଦାରଙ୍କ ମନମାନି ? ନା ପ୍ରଶାସନର ଅବହେଳା ?ଜଗନ୍ନାଥ ପ୍ରସାଦ ବ୍ଲକ୍ ରୁ ଭଂଜନଗର ବ୍ଲକ୍ କୁ ସଂଯୋଗ କରୁଥିବାରୁ ବିଭିନ୍ନ ସମୟରେ ସରକାରୀ ବାବୁ ମାନେ ଏ ରାସ୍ତା ଦେଇ ଯାଉଥିବା ବେଳେ କେମିତି କାହାର ନଜର ପଡୁନି ? ତାହା ସ୍ଥାନୀୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ମାତ୍ର ୯ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହେଲେ ୧୫ ମିନିଟ୍ ବଦଳରେ ଯିବାକୁ ପଡ଼ୁଛି ୧ ଘଣ୍ଟା । ତେବେ ଦେଖିବାକୁ ବାକି ରହିଲା କେତେଦୂର ରାସ୍ତାର ଶୋଚନୀୟ ଅବସ୍ଥା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେଇ ସମାଧାନ କରୁଛି ପ୍ରଶାସନ ।

ରିପୋର୍ଟ -ଶିବ ଶଙ୍କର ପ୍ରଧାନ

Leave a Reply

Your email address will not be published. Required fields are marked *