ବାପାର ତେଣ୍ଟା ଆକ୍ରମଣ ରେ ପୁଅ ମୃତ୍ୟୁ
![](https://teerthkhetra.com/wp-content/uploads/2023/07/Screenshot_2023-07-20-23-51-57-02.jpg)
ବାପାର ତେଣ୍ଟା ଆକ୍ରମଣ ରେ ପୁଅ ମୃତ୍ୟୁ -ଜଗତସିଂହପୁର ଜିଲା ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁରେ ଅଘଟଣ । ମଦ୍ୟପ ବାପା ବୃଦ୍ଧା ମାଆ କୁ ଆକ୍ରମଣ କରୁଥିବା ବେଳେ ମଝିଆ ପୁଅ ଏହାର ପ୍ରତିବାଦ କରିବାରୁ ଉତ୍ୟକ୍ତ ବାପା ତେଣ୍ଟା ଭୂଷି ପୁଅକୁ ହତ୍ୟା କରିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖିବା ସହ ତଦନ୍ତ ଚଳାଇଛି । ଭିଓ-୧-କଂସେଇ ସାଜିଲା ବାପା । ନିଜ ହାତରେ ହତ୍ୟା କଲା ନିଜର ଜନ୍ମକଲା ଭେଣ୍ଡିଆ ପୁଅକୁ । ନିଜ ମାଆ ଉପରେ ହେଉଥିବା ନିର୍ଯାତନାକୁ ସହି ନ ପାରି ଶେଷରେ ମାଆ ପାଇଁ ଜୀବନକୁ ବଳିଦାନ ଦେଇଛି ପୁଅ । ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁର ସୁଦର୍ଶନ ଭୋଇଙ୍କର ଗତକାଲି ରାତିରେ ଏକ କୁକୁଡ଼ାକୁ କେହି ଅଜଣା ଜନ୍ତୁ ନେଇଯିବା ପରେ ଏହି ଘଟଣାକୁ କେନ୍ଦ୍ର କରି ସୁଦର୍ଶନ ତାଙ୍କର ବୃଦ୍ଧା ସ୍ତ୍ରୀକୁ ଗୁରୁତର ଭାବେ ମାଡ଼ ମାରିଥିଲେ । ଏବଂ ଘରର ଆସବାସପତ୍ର ମଧ୍ୟ ଭାଙ୍ଗି ଦେଇଥିଲେ । ମାଙ୍କୁ ଆକ୍ରମଣ ଘଟଣାକୁ ମଝିଆ ପୁଅ ଦିଲ୍ଲୀପ ପ୍ରତିବାଦ କରିବାରୁ ସୁଦର୍ଶନ ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଦିଲ୍ଲୀପକୁ ଏକ ତେଣ୍ଟାରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ବାଇଟ-୧-ସୁଦର୍ଶନଙ୍କ ସ୍ତ୍ରୀବାଇଟ-୨-ଦୀପକ ଭୋଇ,ବଡ଼ ପୁଅ, ଅଭିଯୋଗକାରୀ ।25 ବର୍ଷାର ଭେଣ୍ଡିଆ ପୁଅକୁ ହରେଇବା ପରେ ପୁରା ସ୍ତବ୍ଧ ହୋଇ ଯାଇଛି ସାରା ପରିବାର । ବଡ଼ପୁଅ ଦୀପକ ଭୋଇଙ୍କ ଏତାଲା କ୍ରମେ ଜଗତସିଂହପୁର ପୋଲିସ ଅଭିଯୁକ୍ତ ବାପା କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ତେବେ ତାଙ୍କ ପରିବାରରେ ସୁଦର୍ଶନ ମଦ୍ୟପାନ କରି ବିଭିନ୍ନ ସମୟରେ।ମାରଧର କରିବା ଗ୍ରାମବାସୀ ମାନେ କରିବା ସହିତ ଏଭଳି ଜଘନ୍ୟ କାଣ୍ଡ ଘାଟାଇ ଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅପରପକ୍ଷରେ ପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛନ୍ତି । ଫାଭିଓ-ସାମାନ୍ୟ ବଚଷାକୁ ନେଇ ଜଣେ ବୃଧ ତା ପୁଅକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବିରଳ ହୋଇଥିବା ସହ ଏହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ଜଗତସିଂହପୁର ରୁ Rita ସାହୁ