୨୧-୦୭-୨୦୨୩, ଶୁକ୍ର ବାର

୧-ଆଜି ବସିବ ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ।

୨-5T ସଚିବଙ୍କ ନୟାଗଡ଼ ଜିଲ୍ଲା ଗସ୍ତ; ରୂପାନ୍ତର ହେବ ତଳ ମଣିନାଗ ଓ ଶ୍ରୀଜଗନ୍ନାଥ ମନ୍ଦିର,୫୧ କଲେଜ ପାଇଁ ୨୩.୫୦ କୋଟି ମଞ୍ଜୁର ।

୩-ସମ୍ବଲପୁରରେ ବର୍ଷେ ପାଇଁ ଧାର୍ମିକ ଶୋଭାଯାତ୍ରା ବନ୍ଦ, ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ।

୪-ସରକାରଙ୍କ ଜମି ସରକାରଙ୍କୁ ବିକିଦେବା ପ୍ରସଙ୍ଗ: ମିଳିଲା ଆବେଟ୍‌ମେଣ୍ଟ ଅର୍ଡର ।

୫-ଶରଦ ପାଓ୍ବାରଙ୍କୁ ଆଉ ଏକ ଧକ୍କା, ଅଜିତ ପାଓ୍ବାରଙ୍କ ସମର୍ଥନରେ ନାଗାଲାଣ୍ଡ ଏନସିପିର ସମସ୍ତ ୭ ବିଧାୟକ ।

୬-ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ମିଳିବ ପ୍ରଥମ ସି୨୯୫ ବିମାନ, ଭାରତରେ ମଧ୍ୟ ହେବ ନିର୍ମାଣ ।

୭-ଆଶ୍ୱସ୍ତ ବ୍ରିଜଭୂଷଣ ସିଂହ, ଯୌନ ନିର୍ଯାତନା ମାମଲାରେ କୁସ୍ତିସଂଘର ପୂର୍ବତନ ମୁଖ୍ୟଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ ।

୮-ସୁପ୍ରିମକୋର୍ଟରେ କେନ୍ଦ୍ରର ଦିଲ୍ଲୀ ଅଧ୍ୟାଦେଶ । ୫ ଜଣିଆ ସାମ୍ବିଧାନିକ ପୀଠକୁ ଗଲା ଅଧ୍ୟାଦେଶ, ସଂସଦରେ ଅଧ୍ୟାଦେଶ ଉପରେ ରୋକ୍ ଲଗାଇଲେନାହିଁ କୋର୍ଟ ।

୯-ସମୀର ୱାଙ୍ଖଡେଙ୍କ କ୍ରୁଜ୍‌ ଡ୍ରଗ୍‌ ଦୁର୍ନୀତି ମାମଲାରେ ମଡେଲ ମୁନମୁନଙ୍କୁ ପଚରାଉଚରା କଲା ସିବିଆଇ ।

୧୦-କେରଳରେ ଆଇଏସ ମଡ୍ୟୁଲର ପର୍ଦ୍ଦାଫାସ୍ କଲା ଏନଆଇଏ, ମନ୍ଦିରଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ ।

୧୧-ମୌସୁମୀ ଅଧିବେଶନ ଆରମ୍ଭରୁ ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ।

୧୨-ବିରୋଧୀ ମେଣ୍ଟ ‘ଇ-ଣ୍ଡି-ଆ’ ଇଷ୍ଟ ଇଣ୍ଡିଆ କମ୍ପାନିର ନୂତନ ସଂସ୍କରଣ: କେନ୍ଦ୍ରମନ୍ତ୍ରୀ କରନ୍ଦଲାଜେ ।

୧୩-ଏନ୍‌ଡିଏ ପ୍ଲାନ୍ ୨୦୨୪: ୧୦ ଟି ଗ୍ରୁପ୍‌ରେ ଭାଗ ହେଲେ ସାଂସଦ, ପ୍ରତିଦିନ ବୈଠକ କରିବେ ପ୍ରଧାନମନ୍ତ୍ରୀ।

୧୪-ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା ।

୧୫-ଋଷଭ ପନ୍ତଙ୍କ ଜିମ୍ ସେସନର ଭିଡିଓ ଦେଖି ଚକିତ ହୋଇଯିବେ ପ୍ରଶଂସକ, ମଇଦାନକୁ ଫେରିବା ପାଇଁ ବୁହାଉଛନ୍ତି ଝାଳ।

Leave a Reply

Your email address will not be published. Required fields are marked *