ଦାଉ ସାଧୁଛି ଜଳଯୋଗାଣ ବିଭାଗ

କଥାରେ ଅଛି ଚାଷ ତର ତର ବଣିଜ ମଠ । ଏଠି କିନ୍ତୁ ପରିସ୍ଥିତି ଜାହା ଦେଖିବାକୁ ମିଳୁଛି ତାହା ଚାଷିର ଅବସ୍ଥା ଅତି ସଙ୍ଘାତିକ । ବର୍ଷାକୁ ଅପେକ୍ଷା କରିକରି ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି। ନିତି ନିୟମ ପ୍ରକାରେ ଚାଷି ଠିକ୍ ସମୟରେ ତର ତର ହୋଇ ଚାଷ କରି ବିଲରେ ଧାନ ତଳି ପକାଇଥିଲା । ଆଜିସୁଧା ପହଞ୍ଚିଲାନି ମୌଷୁମି ର ବର୍ଷା । କେବଳ ଲଘୁଚାପ ଜନିତ ବର୍ଷା ରେ ଭୂମୀ ତିନ୍ତିବା ବ୍ୟତିତ୍ତ ଜମିରେ ପାଣି ମନ୍ଦାଏ ରହିଲାନାହିଁ । ଅନ୍ୟପଟେ ପ୍ରସାଶନ ଗଣମାଧ୍ୟମରେ ପ୍ରବଳ ବର୍ଷାର ସୂଚନା ଗୁଡିକ ଦେଇ ଚାଷିକୁ ଅଶ୍ବସନା ଦେବା ଭଳି ଘଟଣା ହେଉଛି। ଚାଷିଙ୍କ ସୁବିଧା ସକାଶେ ସରକାର ନିର୍ମାଣ କରିଥାନ୍ତି ଜଳସେଚନ କେନାଲ୍ ମଧ୍ୟ ସୁଖିଲା ପଡିଛି। ଭି:ଓ:- ଚାଷ ଜମିର ବାସ୍ତବ ଚିତ୍ର ଦେଖିଲେ ଅନୁଭବ କଲେ ଯାଣିପାରୁଥିବେ କିଭଳି ରହିଛି ବିଲର ଅବସ୍ଥା । ବର୍ତ୍ତମାନ ବିଲରେ ଭରପୁର୍‌ ପାଣି ଥିଲେ କାଦ କରି ଧାନ ରୋଇବା କାର୍ଯ୍ୟ ଚାଲିବା କଥା । ତଳିଘରାରେ ମଧ୍ୟ ପାଣି ଟୋପାଏ ନାହିଁ । ତଳିଗୁଡିକ ମୂଳରୁ ମରୁଡି ବା ମରି ମରି ଗଲାଣୀ । ଏହିପ୍ରକାର ଜଳ ସଙ୍କଟ ସମୟରେ କେନାଲ୍ ପାଣି ଉପରେ ଭରସା । କିନ୍ତୁ ଏଠି କେନାଲ୍‌ ମଧ୍ୟ ସୁଖିଲା ପଡିଛି। ବର୍ଷା ଦିନ ର ଦେଢମାସ ବିତିଗଲାଣୀ କିନ୍ତୁ କେନାଲ୍ ରେ ନାହିଁ ମନ୍ଦାଏ ପାଣି। ଅନ୍ୟପଟେ ରସୁଲ୍‌କୁଣ୍ଡା ଜଳ ଭଣ୍ଡାର ରେ ପୂର୍ଣ୍ଣ ମାତ୍ରରେ ପାଣି ଭରି ରହିଛି। ଏହିପରି ଦୟନିୟ ପରିସ୍ଥିତି ଦେଖିବାକୁ ମିଳିଛି ଭଞ୍ଜନଗର ନିକଟ ବେଣାକୁନ୍ଦା ଗାଁରେ । ଗାଁ କୁ ଲାଗିଛି ଭଞ୍ଜନଗର ରସୁଲ୍ କୁଣ୍ଡା ଜଳଭଣ୍ଡାର , ଜଳଭଣ୍ଡାର ଟିରେ ପାଣି ଭର୍ତ୍ତି ହୋଇଛି । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ପାଣି କେନାଲ୍‌ ରେ ନଛାଡି ଉଚ୍ଚ ପଦାଧିକାରୀ ମାନଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଆରାମ୍ ରେ ଅଫିସ୍ ରେ ବସିଛନ୍ତି। ଏଥି ଲାଗି ଆଜି ବେଣାକୁନ୍ଦା ଗାଁ ଚାଷୀମାନେ ଭଞ୍ଜନଗର ଜଳସେଚନ ବିଭାଗୟ କାର୍ଯ୍ୟାଳୟ କୁ ଯାଇ କେନାଲ୍‌ ରେ ପାଣି ଛାଡିବା ପାଇଁ ଦାବି କରିଥିଲେ। ତେବେ ଦେଖିବାର ଅଛି ଯେ କେବେ ସରକାରଙ୍କ ଦୃଷ୍ଟି ଏହି ଚାଷୀମାନଙ୍କ ଉପରେ ପଡିବ ।

ରିପୋର୍ଟ୍:ଶିବ ଶଙ୍କର ପ୍ରଧାନ

Leave a Reply

Your email address will not be published. Required fields are marked *