ରେଙ୍ଗାଳି ବାମ କେନା୍ଲରେ ଘଳା, ଚିନ୍ତାରେ ଚାଷି
![](https://teerthkhetra.com/wp-content/uploads/2023/07/Screenshot_2023-07-21-14-30-42-67.jpg)
ରେଙ୍ଗାଳି ବାମ କେନାଲରେ ଘଳା ପଡି ଘାଇ ସୃଷ୍ଟିହୋଇଛି। ଚିନ୍ତାରେ ଏବେ ଅଞ୍ଚଳର ଚାଷି। ରେଙ୍ଗାଳି ବାମପାର୍ଶ୍ବ କେନାଲର ମୁଖ୍ୟ କେନଲର ଖୁଣ୍ଟାପଶି ଗ୍ରାମ ନିକଟସ୍ଥ ଆକ୍ବାଡକ୍ଟ ନିକଟରେ ଘଳା ସୃଷ୍ଟିହୋଇଛି। ଦିର୍ଘ ୧୦ ଦିନ ଧରି ଘଳା ପଡିଥିଲେ ମଧ୍ୟ ବିଭିଗୀୟ ଅଧିକାରୀ ମାନେ ଯାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଘଳାଟି ଏବେ ଧିରେ ଧିରେ ବଡ ହେବାରେ ଲାଗିଛି। ଏହାସହ ସେହିଯାଗାରେ କେନାଲ ସୁରକ୍ଷା ପାଇଁ ଦିଆଯାଇଥିବା ପଥର ପ୍ୟାକେଜ ଗୁଡିକ ପ୍ରାୟ ୩ ଫୁଟ ଭଳି ଦବିଗଲାଣି। କେନାଲର ରକ୍ଷଣବେକ୍ଷଣ ପାଇଁ ପ୍ରତିବର୍ଷ ଅର୍ଥ ମଞ୍ଜୁରି ହେଉଛି। କିନ୍ତୁ ଏହି ଅର୍ଥ ସଠିକ ଭାବେ ଅର୍ଥ ବିନିଯୋଗ ନହୋଇ ଅର୍ଥ ହଡପ ହେଉଥିବା ସନ୍ଦେହ ହେଉଛି। କେନାଲ ପାର୍ଶ୍ବରେ ଥିବା ଚାଷିମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଚଳିତ ବର୍ଷ ନିୟଣ୍ଟିଆ ବର୍ଷା ଯୋଗୁ କେନାଲ ପାଣିକୁ ଭରସା କରି ଚାଷି ଧାର କରଜ ଆଣି ବହୁ କଷ୍ଟରେ ଧାନଚାଷ କରିଛନ୍ତି। ଯଦି କେନାଲ ଭାଙ୍ଗି ଯିବ ତେବେ ସହ ସହ ଏକର ଧାନ କ୍ଷତରେ ପାଣି ମାଡିଯିବାସହ ବାଲିଚର ହୋଇଯିବ। ତେଣୁ ତୁରନ୍ତ ବିଭାଗିୟ ଅଧିକାରୀ ଏହାର ମରାମତି ପାଇିଁ ଦାବି ହେଉଛି।