ପୋଲିସ ଠାରୁ ନ୍ୟାୟ ନ ପାଇଁ ଦମ୍ପତ୍ତିଙ୍କ କେନ୍ଦୁଆ ପଦା ଫାଣ୍ଡି ସମ୍ମୁଖରେ ଅନଶନ
![](https://teerthkhetra.com/wp-content/uploads/2023/07/Screenshot_2023-07-21-17-37-39-51.jpg)
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମର ପଦ୍ମନାବ କରଙ୍କ ପତ୍ନୀ ସତ୍ୟଭାମା କର କେନ୍ଦୁଆପଦା ଫାଣ୍ଡି ସମୁଖରେ ଅନଶନରେ ବସିଛନ୍ତି l ଆମ୍ପୋର ଗାଁର ପଦ୍ମନାଭ କର ମାଗୁଣି କରଙ୍କ ସହ ଅନ୍ୟ ଅଂସଦାରକ ପୁଅ ମାନଙ୍କ ସହ ଜମିବାଡ଼ି ବାବଦକୁ ନେଇ କୋଟରେ ଏକ ମକୋଦମା କରିବା ସହ ଡିଗ୍ରୀ କରିଥିଲେ l ମାନ୍ୟବର କୋଟ ନିର୍ଦେଶ ଅନୁଯାଇ କେନ୍ଦୁଆପଦା ଫାଣ୍ଡି ଅଧିକାରୀ କେନ୍ଦୁଆପଦା ଆରଆଇଙ୍କ ଉପସ୍ଥିତିରେ ଗଣ୍ଡଗୋଳ କୁ ରୋକିବା ପାଇଁ 144 ଧାରା ଜାରି କରାଯାଇଥିଲା l କିଛିଦିନ ପରେ କୋଟ ର ନିର୍ଦେଶ ଆଇନିକାନୁନକୁ ଅବମାନନା କରି ମନୋରଞ୍ଜନ କର ବିବାଦୀୟ ଜମି ଉପରେ ଘର କରିବା ପାଇଁ ପଦକ୍ଷେପ ନେଉଥିବା ବେଳେ କେନ୍ଦୁଆପଦା ଫାଣ୍ଡି କର୍ମ ଚାରି ସେଥିପ୍ରତି ଗୁରୁତ୍ୱ ଦେଉ ନ ଥିଲେ l ପଦ୍ମନାଭ କର ଏବଂ ତାଙ୍କ ପତ୍ନୀ ସତ୍ୟଭାମା କର କେନ୍ଦୁଆପଦା ଫାଣ୍ଡି ସମୁଖରେ ଆମରନ ଅନଶନ କରିଛନ୍ତି
Report:= punil kumar samanta,