କୂଅରେ ସଫା କରୁଥିବା ବେଳେ ଅଘଟଣ

-କୂଅରେ ସଫା କରୁଥିବା ବେଳେ ଅଘଟଣ , କୂଅ ରେ ପଡ଼ି ୨ ମୃତ |ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରକୀଶରୀପାଳ ଗାଁ ରେ କୂଅ ସଫା କରୁଥିବା ବେଳେ ଅଘଟଣ | କୂଅ ସଫା କରୁଥିବା ବେଳେ ୨ ଜଣ ଙ୍କ ର ମୃତ୍ୟୁ ହୋଇଛି |ମୃତକ ୨ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ବେହେରା |ସୂଚନା ମୁତାବକ ଶଶିଭୂଷଣ ଙ୍କ କୂଅ ଉଭୟ ମିଶି ସଫା କରୁଥିଲେ। ଅସାବଧାନତା କାରଣ ରୁ ଶ୍ୱାସ ରୋଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି |ସେପଟେ ଘଟଣା ସ୍ଥଳରେ ଦମକଳବାହିନୀ ପହଂଚି ମୃତ ଦେହ ଉଦ୍ଧାର କରିଥିବା ବେଳେ, ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଅଧକ ତଦନ୍ତ ଚଳାଇଛି ପୋଲିସ |ଏ ନେଇ ଗାଁ ରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି |

ପ୍ରକାଶ କୁମାର ପାତ୍ର (reporter)

Leave a Reply

Your email address will not be published. Required fields are marked *