ଇଭିଏମ୍ ଫାଷ୍ଟ ଲେଭଲ ଚେକିଂ ପାଇଁ ଗୃହ ନିର୍ମାଣ ର ଶୁଭ ଦିଆଗଲା

ଇଭିଏମ୍ ଫାଷ୍ଟ ଲେଭଲ ଚେକିଂ ପାଇଁ ଗୃହ ନିର୍ମାଣ ର ଶୁଭ ଦିଆଗଲା।ପୁରୀ ୨୧ ୭ ପ୍ରତ୍ୟେକ ଇଲୋକ୍ଟ୍ରୋନିକ୍ସ ଭୋଟିଂ ମେସିନ ର ଫାଷ୍ଟ ଲେଭଲ ଚେକିଂ ଜରୁରୀ ହୋଇଥାଏ।ବିଶେଷ କରି ଇଭିଏମ୍ ଗୁଡିକ ବିଭିନ୍ନ ସ୍ଥାନରୁ ଆସି ସମ୍ପୃକ୍ତ ଜିଲ୍ଲାର ଇଭିଏମ୍ ଗୋଦାମ ରେ ପହଞ୍ଚିବା ପରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଫାଷ୍ଟ ଲେଭଲ ଯାଞ୍ଚ କରାଯାଇ ମେସିନ ଗୁଡିକ ର ସଠିକତା ଓ ନିରପେକ୍ଷତା କୁ ଅନୁଧ୍ୟାନ କରାଯାଇଥାଏ।ଭାରତ ର ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ଏହା ଜରୁରୀ ହୋଇଥାଏ। ବର୍ତ୍ତମାନ ଇସିଆଇ ଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜିଲ୍ଲା ର ଇଭିଏମ୍ ଫାଷ୍ଟ ଲେଭଲ ଯାଞ୍ଚ ସୁବିଧା ପାଇଁ ଗୃହ ନିର୍ମାଣ କରାଯାଉଛି।ଏଥିପାଇଁ ଆଜି ପେଣ୍ଠ କଟା ସ୍ଥିତ ଇଭିଏମ୍ ଗୋଦାମ ଉପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ନିର୍ମାଣ ର ଶୁଭ ଦେଇଛନ୍ତି।ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ସାରିବାକୁ ଶ୍ରୀ ସାହୁ ଗୁରୁତ୍ୱ ଦେଇଛନ୍ତି।ଇସିଆଇ ଏହି ନିର୍ମାଣ ପାଇଁ ଗୁରୁତ୍ୱ ଦେଉଛନ୍ତି।ତେଣୁ ଏହାକୁ ଯଥାଶୀଘ୍ରଶେଷ କଳିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶୁକଦେବ ସାହୁ ଓ ଅନ୍ୟାନ୍ୟ ଆଧିକାରୀ,କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *