ଶିକ୍ଷାବିତ ଡମ୍ବରୁଧରଙ୍କ ବିୟୋଗରେ ଶୋକସଭା

ଶିକ୍ଷାବିତ ଡମ୍ବରୁଧରଙ୍କ ବିୟୋଗରେ ଶୋକସଭା – ଡେଲାଙ୍ଗ ପିପିଲି ତଥା ଓଡ଼ିଶାର ବରିଷ୍ଠ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ନେତା, ସୁସଙ୍ଗଠକ ଡମ୍ବରୁଧର ମୁଦୁଲିଙ୍କ ବିୟୋଗରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ଏକ ଶୋକ ସଭା ଶିକ୍ଷକ ଅଭୟ ଚରଣ ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ଅବସରପ୍ରାପ୍ତ ଶିକ୍ଷକ କାଶୀନାଥ ମହାପାତ୍ର, ଶିକ୍ଷକ ନେତା ରାଜକିଶୋର ପ୍ରଧାନ, ପାଲା ଗାୟକ ଶିକ୍ଷକ ଗୁରୁ ଚରଣ ବଳ,ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ, ବରିଷ୍ଠ ପୂର୍ଣ୍ଣଚନ୍ଦ୍ର ସାହୁ,ରମେଶ ଚନ୍ଦ୍ର ପ୍ରଧାନ, ଦାଶରଥି ନାୟକ,ଭଗବାନ ସାହୁ, ଫକିର ଦାସ, ରବିନ୍ଦ୍ର ବେହେରା ,କବି ଚନ୍ଦ୍ରଶେଖର ,ପରିବେଶ କର୍ମୀ ପ୍ରତାପ ଚନ୍ଦ୍ର ଦାସ, ସୁବଳ ବଳ, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ ସମାଜସେବୀ ରାଜକିଶୋର ପରିଡ଼ା, ଆଇନଜୀବୀ ହୃଷିକେଶ ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମୁଦୁଲି ସାରଙ୍କ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଶିକ୍ଷା, ଶିକ୍ଷକ ସାଧାରଣଜନତାଙ୍କ ପାଇଁ ଅବଦାନ, ଆଧ୍ୟାତ୍ମିକ ଚିନ୍ତା ଓ ଚେତନା, ସୃଜନଶୀଳତା ,ନ୍ୟାୟୋଚିତ ପଦକ୍ଷେପ ପାଇଁ ସଂଗ୍ରାମ,ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ସେବା ସବୁଦିନ ମନେରହିବ ବୋଲି କହି ଈଶ୍ବରଙ୍କ ନିକଟରେ ସେହି ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।ଆସନ୍ତା ୨୫ତାରିଖ ମଙ୍ଗଳ ବାର ଦିନ ସଂଧ୍ୟାରେ ସହଜପୁରଠାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବର୍ଷୀୟାନ୍ ବକ୍ତା କବି ସୂର୍ଯ୍ୟ ମିଶ୍ର, ଡେଲାଙ୍ଗ ବ୍ଲକ୍ ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ବାଇଁ, ସମାଜସେବୀ ଡଃ କ୍ଷେତ୍ରବାସୀ ପ୍ରଧାନ,ରାଜ୍ୟ ଅଲୋସ୍ତା ସଂଘ ଶିକ୍ଷକ ନେତା ପ୍ରକାଶ ଜେନା,, ଭାଗ୍ୟଧର ପ୍ରଧାନ,ମାଧବ ବିଶ୍ବାଳ, ସୁଭାଷ ଚନ୍ଦ୍ର ରଥଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଉକ୍ତ ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ମାନେ ଯୋଗଦେବା ପାଇଁ ପୁତ୍ର ଦୀପ୍ତିକାନ୍ତ, ସୂର୍ଯ୍ୟକାନ୍ତ ମୁଦୁଲି ଓ ଶିକ୍ଷକ ଅଭୟ ଚରଣ ସାହୁ ନିବେଦନ କରିଛନ୍ତି।