୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୧୨.୨୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ଗୋଟିଏ ପଲସର ବାଇକରେ ଦୁଇଜଣ ଯୁବକ ବାଲେଶ୍ୱରରୁ ଯଜପୁର ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସ ଅଟକାଉ ଥିବା ଦେଖି ଦୃତ ଗତିରେ ବାଇକ ନେଇ ଖସି ପଳାଉ ଥିବା ବେଳେ ଗ୍ରାମାଞ୍ଚଳ ପୋଲିସ ଦୁଇ ଯୁବକଙ୍କୁ ଗୋଡ଼ାଇ ଧରିଥିଲା । ଦୁଇଜଣ ଯୁବକଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୧୨.୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରିବା ସହ ୩ଟି ମୋବାଇଲ ଓ ଗୋଟାଏ ପଲସର ବାଇକକୁ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ।ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲାର ଶ୍ୟାମସୁନ୍ଦର ଜେନା ଓ ପ୍ରତାପ ଜେନା । ଏହି ଦୁଇଜଣଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ହଜାର ଟଙ୍କା । ଏହି ସମ୍ପର୍କରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସଡ଼ିପିଓ ସୌରଭ ଓତା ।
Report:= punil kumar samanta,