ଧାମନଗର BBCC ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଋଣ ହାତେଇବା ନେଇ ଅଭିଯୋଗ

ଧାମନଗର BBCC ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଋଣ ହାତେଇବା ନେଇ ଅଭିଯୋଗ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ଥିବା ବାଲେଶ୍ଵର ଭଦ୍ରକ ସେଣ୍ଟ୍ରାଲ କୋ ଅପରେଟିଭି ବ୍ୟାଙ୍କ ର ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର ଙ୍କ ନାମରେ ଆସିଛି ନିଜ ପରିବାର ଲୋକଙ୍କ ନାମରେ ଋଣ ହାତେଇବା ଭଳି ସାଙ୍ଘାତିକ ଅଭିଯୋଗ.ସୂଚନା ଅନୁସାରେ ଶ୍ରୀଯୁକ୍ତ ମହାପାତ୍ର ରକ୍ଷକ ହୋଇ ଭକ୍ଷକ ଭଳି କାର୍ଯ୍ୟ କରିଛନ୍ତି.ନିଜର ପଦବୀ କୁ ଅପବ୍ୟବହାର କରି ନିଜ ସ୍ତ୍ରୀ ଓ ପୁଅ ଙ୍କ ନାମରେ ଜାଲିଆତି କରି ଛ ଲକ୍ଷ କୋଡିଏ ହଜାର ଟଙ୍କା ଋଣ ହାତେଇଥିବା ଲିଖିତ ଅଭିଯୋଗ ବାଲେଶ୍ଵର ଭଦ୍ରକ ସେଣ୍ଟ୍ରାଲ କୋ ଅପରଟିଭି ବ୍ୟାଙ୍କ ସି.ଇ.ଓ ଙ୍କ ନିକଟରେ କରିଛନ୍ତି, ଧୂସୁରି ସେବା ସମବାୟ ସମିତିର ଋଣୀ ଓ ସଞ୍ଚୟ ଜମାକାରୀ ସଭ୍ୟ ମାନେ.ତେବେ ଏହି ଘଟଣାରେ ଆଜି ଧାମନଗର କୋ ଅପରଟିଭି ବ୍ୟାଙ୍କ କୁ ପ୍ରାଥମିକ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ ଭାବେ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସେଠି ଓ ତାଙ୍କ ଟିମ ଆସି ତଦନ୍ତ କରିବା ସହିତ ଶାଖା ପରିଚାଳକ ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ପଚରା ଉଚୁରା କରିଛନ୍ତି. ତେବେ ଚାଷୀ ଜଣେ ଋଣ ପାଇଁ ଜୀବନ ହାରି ଦେଉଥିବା ବେଳେ ବଡ଼ ବଡ଼ିଆ ବାବୁମାନେ ନିଜର ପଦ ପଦବୀକୁ ଅପବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିବା ଘଟଣା ଏବେ ସାମ୍ନାକୁ ଆସୁଛି.ତେବେ ଏହି ଘଟଣାରେ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର ଙ୍କୁ ନିଲମ୍ବିତ କରାଯାଉ ବୋଲି ସାଧାରଣରେ ଦାବି

Report:= punil kumar samanta

Leave a Reply

Your email address will not be published. Required fields are marked *