ଡକାୟତି ଯୋଜନା ବିଫଳ ଘଟଣା

ଡକାୟତି ଯୋଜନା ବିଫଳ ଘଟଣା ରେ ୫ ଜଣିଆ ଡକାୟତି ଗେଙ୍ଗ ଗିରଫ, ଗୋଟିଏ କାର,ବାଇକ ସହ ଦେଶୀ ବନ୍ଧୁକ ଓ ବହୁ ମାରଣାସ୍ତ୍ର ଜବତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୋଲିସ କୁ ମିଳିଛି ବଡ଼ ସଫଳତା l ବ୍ୟାଙ୍କ ଓ ଏଟିଏମ ଲୁଟ ଯୋଜନା କରୁଥିବା ଗୋଟିଏ ପାଞ୍ଚ ଜଣିଆ ଡକାୟତି ଗେଙ୍ଗ କୁ କାବୁକରିବାରେ ସଫଳ ହୋଇଛି ପୋଲିସ l ଏମାନ ଙ୍କ ନିକଟରୁ ଗୋଟିଏ କାର, ବାଇକ, ଗ୍ୟାସ କଟର , ଦେଶୀ ବନ୍ଧୁକ ସହ ବହୁ ମରଣାସ୍ତ୍ର ଜବତ କରିଛି ପୋଲିସ l ଏହି ଗ୍ୟାଙ୍ଗ ରାତିରେ କାର ଯୋଗେ ବିଭିନ୍ନ ସ୍ଥାନକୁ ଯାଇ ଲୁଟ କରି ଫେରାର ହୋଇଯାଉଥିଲେ l କିଛି ଦିନ ପୂର୍ବରୁ ଏହି ଗ୍ୟାଙ୍କ କବିସୂର୍ଯ୍ୟନଗର ଥାନା ଅଧିନ ଜରଡ଼ ଛକ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ ଉଦ୍ୟମ କରିଥିଲେ l ପୋଲିସ ଏମାନଙ୍କୁ ଖୋଜୁଥିବା ବେଳେ ଗତକାଲି ଏମାନଙ୍କୁ ଗିରଫ କରିବାରେ ସଫାଳ ହୋଇଛି ପୋଲିସ l ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଜିଲ୍ଲାର ଅନେକ ଥାନାରେ ମାମଲା ରହିଥିବା ବେଳେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ l

REPORTER : DHANESWAR REDDY

Leave a Reply

Your email address will not be published. Required fields are marked *