ପ୍ରଶାସନିକ ଅବହେଳା ହେତୁ ପିଲାଙ୍କ ପାଠପଢ଼ା ପାଇଁ ନିଜ ଅର୍ଥରେ ଗ୍ରାମବାସୀମାନେ ତିଆରି କଲେ ଅଙ୍ଗନବାଡ଼ି କେନ୍ଦ୍ର

ଭଦ୍ରକ: ୧୬/୦୭: ତିହିଡି ବ୍ଲକ, ସୟା ପଞ୍ଚାୟତ ଅନ୍ତର୍ଗତ ବାଲିଚତୁରୀ ଗ୍ରାମର ୨୩ ନଂ ୱାର୍ଡର ଗ୍ରାମବାସୀମାନେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ତିହିଡି ବିଡ଼ିଓଙ୍କୁ ଅନୁରୋଧ କରିଥିଲେ। ତିହିଡି ବିଡ଼ିଓ ମଧ୍ୟ ଖୁବ ଶୀଘ୍ର ୱାର୍କଅର୍ଡର ଦିଆଯିବା ନେଇ ଆଶ୍ୱାସନା ଦେଇଥିଲେ ମାତ୍ର ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ଗୃହ ନିର୍ମାଣ ନିମିତ୍ତ କୌଣସି କାର୍ଯ୍ୟାଦେଶ ମିଳିପାରି ନଥିବାରୁ ଗ୍ରାମବାସୀମାନେ ଅର୍ଥ ଯୋଗାଡ଼ କରି ଏକ ଆଜବେଷ୍ଟ ଛାତ ବିଶିଷ୍ଟ ଗୃହ ନିର୍ମାଣ କରି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜିଛନ୍ତି। ସମ୍ପୃକ୍ତ ବିଷୟ ସମଗ୍ର ତିହିଡି ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ସାଜିଥିବା ବେଳେ ପିଲାଙ୍କ ପାଠପଢା ନେଇ ପ୍ରଶାସନ କେତେ ସଜାଗ ତାହା ସହଜେ ଅନୁମେୟ।

Leave a Reply

Your email address will not be published. Required fields are marked *