ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ମୋ ଗେଲ୍ହା ଝିଅ ଓ ନିର୍ଭୟା କଢି


ସାନଖେମୁଣ୍ଡି :- ୨୫/୦୭/୨୩ ସାନଖେମୁଣ୍ଡି ଶିଶୁ ସମନ୍ବୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷ୍ୟ ରେ ମଙ୍ଗଳବାର ଦିନ ଏକ ବାଲ୍ୟ ବିବାହ ବନ୍ଦ କରିବା ସକାଶେ ଏକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଚେତନତା ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷା ରିଙ୍କି ନାୟକ, ସିଡିପିଇଓ ଅର୍ଚନା କଂହ୍ନର, ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚୌଧୁରୀ, ଅଧ୍ୟାପକ କୈଳାଶ ଚନ୍ଦ୍ର ସ୍ୱାଇଁ, ବିପିସି ଦୁର୍ଯ୍ୟୋଧନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ବାଲ୍ଯ ବିବାହ, କନ୍ଯା ଭୃଣହତ୍ୟା ଭଳି ଦୁଇଟି ସାମାଜିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ସମାଜରୁ ଦୂରୀକରଣ ପାଇଁ ପ୍ରତି ତିନି ମାସରେ ଥରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ l ସାନଖେମୁଣ୍ଡି ବ୍ଲକରେ ମଙ୍ଗଳବାର ଦିନ ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଓ ଜାତି ସଭାପତିଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟାକଢି କାର୍ଯ୍ୟକ୍ରମର ସଫଳତା ଆଧାରରେ ଗଞ୍ଜାମ ଜିଲ୍ଲାକୁ ବାଲ୍ଯ ବିବାହମୁକ୍ତ ଜିଲ୍ଲା ଭାବରେ ବିଗତ ଦିନରେ ଘୋଷଣା କରାଯାଇଛି । ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ କନ୍ୟା ଜନ୍ମ ବଢୁଥିବାର ସମୀକ୍ଷା ବୈଠକରୁ ଜଣା ପଡିଥିଲା । ଆଗାମୀ ଦିନରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବରେ ସଚେତନତା କରିବା ପାଇଁ ସମସ୍ତଙ୍କୁ ସିଡିପିଓ ଅର୍ଚ୍ଚନା କହ୍ନର କହିଛନ୍ତି । ଯଦି କେହି ବାଲ୍ୟ ବିବାହ କିମ୍ବା ଭୃଣ ହତ୍ୟା କରୁଥିବାର ଦେଖନ୍ତି ତେବେ ସରକାରଙ୍କ ଦ୍ୱାରା ପ୍ରେରିତ 1098 ଏହି ନମ୍ବର ରେ ତୁରନ୍ତ ଜଣାଇବାପାଇଁ ସିଡିପିଓ କହିଛନ୍ତି l

ରିପୋର୍ଟ :-ରଂଜିତ କୁମାର ପୋଲାଇ

Leave a Reply

Your email address will not be published. Required fields are marked *