ସକାଳର ତାଜା ଖବର

୨୭-୦୭-୨୦୨୩, ଗୁରୁବାର

୧–ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । 

୨-ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି  ।

୩-ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ ।

୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ।

୫-ମା’ କଟକ ଚଣ୍ଡୀଙ୍କ ସୁନାବେଶ ଦର୍ଶନ କଲେ ରାଷ୍ଟ୍ରପତି: ଶ୍ରଦ୍ଧା, ଭକ୍ତି, ସମର୍ପଣରେ ଭାବବିହ୍ବଳ ।

୬-ରାଷ୍ଟ୍ରପତି ଭାବେ ପ୍ରଥମ ବର୍ଷ ପୂରଣ କରିବା ଅବସରରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ।

୭-୨୦୨୩ରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ୨୦୧୯ରେ ଆକଳନ କରିଥିଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ ।

୮-ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶୀର୍ଷ-୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ: ପ୍ରଧାନମନ୍ତ୍ରୀ ମୋଦୀ ।

୯-ଲୋକସଭାରେ ସୋମବାର ଉପସ୍ଥାପିତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍, ଅବିଶ୍ୱାସ ପ୍ରସ୍ତାବ ଚର୍ଚ୍ଚାକୁ ମିଳିଲା ମଞ୍ଜୁରୀ ।

୧୦-ଦିଲ୍ଲୀ ପ୍ରଗତି ମୈଦାନରେ ଅନ୍ତର୍ଜାତୀୟ କନଭେନସନ ସେଂଟରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ୭ଟି ଉନ୍ନତ ପ୍ରଦର୍ଶନୀ ହଲ ସହ ରହିଛି ୩ଟି ଭବ୍ୟ ଆମ୍ପି ଥିଏଟର ।

୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୭ ଏବଂ ୨୮ରେ ରାଜସ୍ଥାନ ଏବଂ ଗୁଜୁରାଟ ଗସ୍ତରେ ଯିବେ। ସେଠାରେ ଶ୍ରୀ ମୋଦୀ ୧.୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

୧୨-ମଣିପୁରରୁ ପୁଣି ଆସିଲା ଲଜ୍ଜାଜନକ ଭିଡିଓ । ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ ।

୧୩-ପୁଣି ମୁହାଁମୁହିଁ ଆମେରିକା-ରଷିଆ । ମଝି ଆକାଶରେ ଧ୍ୱଂସ ହେଲା ଆମେରିକା ଡ୍ରୋନ୍ । ରଷିଆ ସେନାର ଆକ୍ରଣରେ ଆମେରିକା ଡ୍ରୋନ୍ ନଷ୍ଟ।

୧୪–ଅକ୍ଷୟ କୁମାରଙ୍କ OMG 2ରେ ଲାଗିଲା ୨୦ କଟ୍, ଏ ସାର୍ଟିଫିକେଟ୍ ସହ ରିଲିଜ୍ ହେବ ଫିଲ୍ମ ।

୧୫-ରିଲିଜ୍‌ ହେଲା ଗଦର-୨ର ଟ୍ରେଲର; ଜବରଦସ୍ତ ଆକ୍ସନ ସାଙ୍ଗକୁ ଆଙ୍ଗ୍ରୀ ଲୁକ୍, ଏଥର ବି ମିଶନ ମୋଡ୍‌ରେ ପାକିସ୍ତାନ ଗଲେ ସନ୍ନି ଦେଓଲ ।

Leave a Reply

Your email address will not be published. Required fields are marked *