ସ୍ଵାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ 120 ତମ ଜନ୍ମ ଜୟନ୍ତୀ ପାଳିତ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ 120 ତମ ଜନ୍ମ ଜୟନ୍ତୀ ପାଳିତ ଆଙ୍କର- ଜଗତସିଂହପୁର ଅଳକା ଆଶ୍ରମ ପରିସରରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ , ମହିୟସୀ ମାଳତୀ ଦେବୀ ଚୌଧୁରୀଙ୍କ 120 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଳକା ଆଶ୍ରମ ର ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ତାଙ୍କର ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସ୍ବାଧୀନତା ସଂଗ୍ରାମରେ ତାଙ୍କର ତ୍ୟାଗ ଉପରେ ଆଲୋଚନା କରିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ପାଳନ କରାଯିବା ସହିତ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।
Rita sahoo ( reporter )