ବୃକ୍ଷ ମଣିଷର ଜୀବନ

ବୃକ୍ଷ ମଣିଷର ଜୀବନ, ମିଳିଥାଏ ଅଙ୍ଗାରକାମ୍ଳ ଆଉ ଅମ୍ଳଜାନ। ଜଟଣୀ:ଚାଲିଛି ପୌରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲୀପ୍ ମହାନ୍ତି ଅଣ୍ଟା ଭିଡିଛନ୍ତି ପୌରାଞ୍ଚଳରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ। ସେହି ପରିପ୍ରେକ୍ଷୀରେ, ଚଳିତ ବର୍ଷ ୨୦୨୩ ର ବର୍ଷା ଋତୁକୁ ଆଖିଆଗରେ ରଖି ପୌର ପ୍ରଶାସନ ପକ୍ଷରୁ ତା ୨୧/୦୭/୨୦୨୩ ରିଖ ପ୍ରଥମ ପର୍ଯ୍ୟାୟରେ ମୁନିସିପାଲିଟି ଛକ ଠାରୁ ହରିଭାଇନା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମଧ୍ୟରେ ବୃକ୍ଷରୋପଣ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ତା ୨୫.୦୭.୨୦୨୩ ରିଖ ଦ୍ଵିତୀୟ ପର୍ଯ୍ୟାୟରେ ମୁନିସିପାଲିଟି ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ମଧ୍ୟ ଭାଗରେ ପରିବେଶ ସନ୍ତୁଳନ ଏବଂ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଦିଲେ ପୌର ନିର୍ବାହୀ ଅଧିକାରୀ, ପୌର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା ଏବଂ ପୌର ପରିଷଦ କର୍ମଚାରୀ ମାନେ। ଏହି ବୃକ୍ଷ ରୋପଣ ଏବଂ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମୁଖ୍ୟ ସହଯୋଗୀ ଯୋଗ ଦେଇଥିଲେଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀ ବୃନ୍ଦ, ଏତଦବ୍ୟତୀତ ଯୋଗ ଦେଇଥିଲେ ପୌର ପରିଷଦର କାଉନସିଲର, ସ୍ଥାନୀୟ ପରିବେଶବିତ୍ ଏବଂ ଜୁବଗୋଷ୍ଟି ମାନଙ୍କ ସହ କିଛି ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।