ନବୋଦୟ ବିଦ୍ୟାଳୟ କ୍ଷେତ୍ରୀୟ ସ୍ତରୀୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

ନବୋଦୟ ବିଦ୍ୟାଳୟ କ୍ଷେତ୍ରୀୟ ସ୍ତରୀୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ କୋଣାର୍କ,୨୬.୦୭- ନବୋଦୟ ବିଦ୍ୟାଳୟ ସମିତି ଭୋପାଳ କ୍ଷେତ୍ରୀୟ ପକ୍ଷରୁ ୩ଦିନିଆ କ୍ଷେତ୍ରୀୟ ସ୍ତରୀୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟ ଖେଳ ପଡିଆରେ ବୁଧବାର ପୂର୍ବାହ୍ନରେ ଶୁଭାରମ୍ଭ ହୋଇଛି। ମୂଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋଷ, ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ନିରୀକ୍ଷକ ମହେନ୍ଦ୍ର କୁମାର ବିଶ୍ବାଳ, ନବୋଦୟ ଶିକ୍ଷା ଟ୍ରେନିଂ ଅଧିକାରୀ କୁସୁମ କୁମାରୀ ସିଂ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ଜବାହର ନବୋଦୟ ବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ କର ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ପତାକା ଉତ୍ତୋଳନ ପୂର୍ବକ ଏହି ମହାର୍ଘ୍ୟ କ୍ରୀଡାର ଶୁଭାରମ୍ଭ କରିଥିଲେ। ପରେ ପରେ ସମସ୍ତ କ୍ରୀଡାବିତ୍ ମାନେ କ୍ରୀଡ଼ାକୁ ସମ୍ମାନ ଜଣାଇବା ପୂର୍ବକ କ୍ରୀଡ଼ା ଓ ସମ୍ପର୍କର ମନୋଭାବ ନେଇ ଖେଳିବାକୁ ଶପଥ ଗ୍ରହଣ କରିଥିଲେ। ମଧ୍ଯ ପ୍ରଦେଶ, ଛତିଶଗଡ ଓ ଓଡ଼ିଶାରେ ଥିବା ନବୋଦୟ ବିଦ୍ୟାଳୟ ମାନଙ୍କୁ ନେଇ ଭୋପାଳ କ୍ଷେତ୍ରୀୟ ସମିତି ଅନ୍ତର୍ଗତ ୧୦ଟି କ୍ଲଷ୍ଟରର ୨୧୦ ଜଣ ଝିଅ କ୍ରୀଡାବିତ୍ ଭାଗ ନେଇଛନ୍ତି। ୧୪, ୧୭ ଓ ୧୯ବର୍ଷରୁ କମ୍ ୩ଟି ବିଭାଗରେ କେବଳ ଝିଅ ମାନଙ୍କୁ ନେଇ ଏହି ପ୍ରତିଯୋଗୀତା ଆୟୋଜନ କରାଯାଇଛି। ତିନି ଦିନ ଧରି ଏହି ପ୍ରତିଯୋଗୀତା ଜାରି ରହିବ। ଶେଷ ଦିବସରେ ଚମ୍ପିୟାନ, ରନର୍ସ ଅପ୍ ଓ ଶ୍ରେଷ୍ଠ କ୍ରୀଡାବିତ୍ ଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସମସ୍ତ ମ୍ୟାଚ୍ କୁ ଟ୍ରେନିଂ ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ମାନେ ପରିଚାଳନା କରୁଥିବା ବେଳେ ନବୋଦୟ ବିଦ୍ୟାଳୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।
ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ-