ବ୍ଲକ ସମୀକ୍ଷା ବୈଠକରେ ଉପାଧ୍ୟକ୍ଷଙ୍କୁ ଉପେକ୍ଷା

ବ୍ଲକ ସମୀକ୍ଷା ବୈଠକରେ ଉପାଧ୍ୟକ୍ଷଙ୍କୁ ଉପେକ୍ଷା ! ଲୋକପ୍ରତିନିଧିଙ୍କ ସ୍ଥାନରେ ଦଳୀୟ କର୍ମୀ ଗୋପ :- 25/07- ପୁରୀ ଜିଲ୍ଲା ଗୋପ ବ୍ଲକ କାର୍ଯ୍ୟାଳୟରେ ଥିବା ବୈଠକ ଗୃହରେ ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହା ମୁଖ୍ୟତଃ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିମାନଙ୍କୁ ନେଇ ଗୋପ ବ୍ଲକର ପଞ୍ଚାୟତକୁ ନେଇ ଉନ୍ନୟନ ମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା କଥା । କିନ୍ତୁ ଏହି ସରକାରୀ କାର୍ଯ୍ୟକ୍ରମରେ ଗୋପ ବ୍ଲକ ର ବିଡିଓ ଦିପ୍ତୀରାଣୀ ଦାସ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ଗୋପ ବ୍ଲକ ଉପାଧ୍ୟକ୍ଷଙ୍କୁ ଉପେକ୍ଷା କରିବା ବର୍ତମାନ ନିନ୍ଦନୀୟ ବିଷୟ ପାଲଟିଛି l ଆଉ ଯେଉଁମାନେ ସବୁ ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚାସୀନ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଶାସକ ଦଳର କର୍ମୀ ହୋଇଥିବାରୁ ଏହା କୁ ନେଇ ରାଜନୀତି ସରଗରମ ଦେଖିବାକୁ ମିଳୁଛି l ଏବେ ଗୋପ ବ୍ଲକ ରେ ଆଲୋଚନା ବିଷୟ ହୋଇଛି ସମୀକ୍ଷା ବୈଠକ ନାମରେ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗୋପ ବ୍ଲକ ର ବିଡିଓ ଦିପ୍ତୀରାଣୀ ଦାସ ତାଙ୍କ ଇଚ୍ଛା ମୁତାବକ ଶାସକ ଦଳ ମୁଖପାତ୍ର ଭଳି ଉକ୍ତ କାର୍ଯ୍ୟକ୍ରମକୁ ବିଧାୟକଙ୍କ ଉପସ୍ଥିତରେ ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା l ଆମ ପ୍ରତିନିଧି ବିଡ଼ିଓଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି ମଧ୍ୟ୍ୟ କୌଣସି ସନ୍ତୋଷ ଜଣକ ଉତ୍ତର ମିଳିନଥିଲା l ସାଧାରଣରେ ପ୍ରଶ୍ନ ଉଠୁଛି ଗୋପ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକରେ ଯଦି ଦଳୀୟ କର୍ମୀଙ୍କ ଦ୍ଵାରା ବୈଠକ ଅନୁଷ୍ଠିତ ହେଵ ତେବେ ସରକାରୀ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ କଣ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେଡ଼ି କର୍ମୀ ମଧୁସୂଦନ ପାଇକରାୟ ଓ କରୁଣାକର ସାହୁ ମଞ୍ଚାସିନ ହୋଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟଙ୍କ ଙ୍କୁ ଡକା ନଯିବା ଯାହା ବ୍ଳକ୍ ସରକାରୀ କାର୍ଯ୍ୟକ୍ରମ ଦଳୀୟ ଢାଞ୍ଚା ରେ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *