କାଉଡ଼ିଆଙ୍କର ସେବାକଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ

*ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠରେ ତୃତୀୟ ସମୋବାର ବାବା ଆଖଣ୍ଡଳମଣି ପୀଠର ଜଳ ଲାଗି କରିବେ କାଉଡ଼ିଆ। ବହୁ ଦୂର ଦୁରାନ୍ତରରୁ ଆଖଣ୍ଡଳମଣିଙ୍କ ଉପରେ ପାଣି ଢାଳିବାକୁ ଆସୁଥିବା କାଉଡ଼ିଆଙ୍କ ସେବା କଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ଧାମନଗର ବ୍ଲକ କୋଠାର ଛକ ଠାରେ ଶ୍ରାବଣୀ ଯାତ୍ରାରେ ଆରଡ଼ି ପୀଠ କୁ ଯାଉଥିବା ହଜାର ହଜାର ସଂଖ୍ୟାର ଶିବ ଭକ୍ତଙ୍କ ପାଇଁ ଏକ ସେବାକେନ୍ଦ୍ର କରି ପାଦରେ ଔଷଧ ଲଗାଇ ମାଲିସ କରିବା ସହିତ ଔଷଧ ଓ ପାନୀୟ, ଖାଦ୍ୟ ପ୍ରଦାନ କରିଛନ୍ତି। ଶ୍ରାବଣ ମାସ ର ପ୍ରତି ସପ୍ତାହର ରବିବାର ରୁ ସମୋବାର 2 ଦିନ ପାଇଁ ରାସ୍ତାରେ ଯାଉଥିବା ହଜାର ହଜାର ସଂଖ୍ୟାରେ କାଉଡ଼ିଆ ମାନଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ବିଧାୟକ କହିଛନ୍ତି। ଧାମନଗର ବିଧାୟକ ଙ୍କ ଏଭଳି ପ୍ରୟାସକୁ କାଉଡ଼ିଙ୍କ ଭାଇ ମାନେ ପ୍ରସଂଶା କରିଛନ୍ତି
punil Kumar Samanta reporter