ଜ୍ଞାନରଞ୍ଜନ ପଟ୍ଟନାୟକ ଯାଜପୁର ଜିଲ୍ଲା କଂଗ୍ରେସ ପ୍ରଭାରୀ !
2024 ନିର୍ବାଚନକୁ ଲକ୍ଷ୍ୟ ରଖି କଂଗ୍ରେସ ତୃଣମୂଳ ସ୍ତାରରେ ଦଳର ସଂଗଠନକୁ ମଜାଭୂତ କରିବା ପାଇଁ ରାଜ୍ୟ ନେତୃବୃନ୍ଦ ରଣନୀତି ପ୍ରସ୍ତୁତ କରିଛନ୍ତି ! ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ପଦାଧିକାରୀ ମାନଙ୍କୁ ବିଭିନ୍ନ ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତି କରିଛନ୍ତି ! ଏହି ପରିପ୍ରେକ୍ଷୀରେ ପିସିସ ସାଧାରଣ ସମ୍ପାଦକ ତଥା ଡେଲାଙ୍ଗ ର ଯୁବ ନେତା ଜ୍ଞାନରଞ୍ଜନ ପଟ୍ଟନାୟକଙ୍କୁ ଯାଜପୁର ଜିଲ୍ଲାର ପ୍ରଭାରୀ ଭାବେ ଦାୟୀତ୍ୱ ଦିଆ ଯାଇଛି ! ସେ ତୁରନ୍ତ ଯାଜପୁର ଜିଲ୍ଲା ଗ୍ରସ୍ତ କରି କଂଗ୍ରେସ ନେତୃବୃନ୍ଦ ସହିତ ଆଲୋଚନା କରି ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି !