ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ


ପୁରୀ ୨୬/୭ ଶିଶୁ ସୁରକ୍ଷା ସମ୍ପର୍କୀତ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟିର ଏକ ବୈଠକ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ପ୍ରତ୍ୟେକ ଶିଶୁ ଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପାଇଁ ସମସ୍ତ ବିଭାଗ ପାରସ୍ପରିକ ସମନ୍ୱୟ ର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ lମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସଠିକ ନିର୍ବାହ ସହ ପରସ୍ପର ତଥ୍ୟ ଆଦାନ ପ୍ରଦାନ ଓ ନିୟମିତ ଏନଫୋର୍ସମେଣ୍ଟ କରିବାକୁ ମତ ଦେଇଥିଲେ।
ଏହି ଜିଲ୍ଲା ସ୍ତରୀୟ ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ତାହାର ଆଖାପାଖ ଅଞ୍ଚଳକୁ ନିଶା ମୁକ୍ତ ଘୋଷଣା କରିବାକୁ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲ l ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିବା ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ବିକ୍ରିବଟା ହେଉଥିଲେ ତାର ସୂଚନା ପ୍ରଦାନ କରିବେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ l ଏହାଛଡ଼ା ଅଧାରୁ ପାଠ ଛାଡିଥିବା ଶିଶୁଙ୍କ ତାଲିକା ପ୍ରସ୍ତୁତ କରି ବିଦ୍ୟାଳୟକୁ ଫେରାଇ ଆଣିବା ବ୍ୟବସ୍ଥା କରାଯିବ l ସେହିପରି ଜିଲ୍ଲାର ଶ୍ରମ ଅଧିକାରୀ ଶିଶୁ ଶ୍ରମ ଅଞ୍ଚଳ ଚିହ୍ନଟ କରି ଟାସ୍କ ଫୋର୍ସ ବୈଠକ ଡାକିବେ ଓ ଉଦ୍ଧାର କାର୍ଯ୍ଯ କରିବେ l ଏହାଛଡ଼ା ଶିଶୁ ଅଧିକାର ସୁରକ୍ଷିତ ରହୁଥିବା ସ୍ଥାନ ବା ଶିଶୁ ସୁଲଭ ପରିସର ଗୁଡିକ ଚିହ୍ନଟ ଓ ତାହାର ତଦାରଖ କାର୍ଯ୍ୟ ଶିଶୁ ମଙ୍ଗଳ ସମିତି ଉପରେ ନ୍ୟସ୍ତ କରାଗଲା l ଏହି କାର୍ଯ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସହଯୋଗ ଯୋଗାଇଦେବ l ସେହିପରି ପରିତ୍ୟକ୍ତ ଦିବ୍ୟାଙ୍ଗ ଶିଶୁଙ୍କ ଥଇଥାନ ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା lବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର, , ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ନିର୍ଦ୍ଦେଶକ ଚାଇଲ୍ଡଲାଇନ ଦେବାଶିଷ ରଥ, ପୁଲିସ ଡିଏସପି ନିରଞ୍ଜନ ଶବର ଏବଂ ଅନ୍ୟାନ୍ୟ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *