ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ

ଗତ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ୍ୟୁ। ମୃତକ ହେଲେ ନୂଆଆଳତୁମା ଗ୍ରାମର ରଜତ ଶେଣ୍ଢ। ସେ ବିଳମ୍ବିତ ରାତିରେ ବାଇକ ଯୋଗେ ଏକାକି ବାଇକ ଯୋଗେ ନିଜ ଘର ନୂଆଆଳତୁମା ଫେରିବା ବାଟରେ NH ୫୩ ମାଳପୁରା ଓଭରବ୍ରିଜ ଠାରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ଖବରପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *