ବିଭିନ୍ନ ସ୍ଥାନରେ ଚାରାରୋପଣ

ଭଦ୍ରକ, ୧୬/୭ – ଧାମନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚୁଡ଼ାକୁଟି ଆଂଚଳିକ ସାଧନକେନ୍ଦ୍ର ପକ୍ଷରୁ କୁସମା ପ୍ରାଥମିକ ବିଦ୍ୟାଳୟ ଓ ତାଳସୀଠା ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସ୍ଥାନୀୟ ସରପଂଚ ରାଜୀବ କୁମାର ନାୟକ, ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ବେହେରା, ପ୍ରଧାନ ଶିକ୍ଷକ ଶଶିଭୁଷଣ ସେଠୀ, ସନାତନ ମୁର୍ମୁ, ରମେଶଚନ୍ଦ୍ର ପତି, ପ୍ରତାପ ଜେନା, ପୁର୍ଣ୍ଣଚନ୍ଦ୍ର ନାୟକ, ସୁଧାଂଶୁ ଜେନା, ଏକାଦଶି ଦାସ, ସାହା ମୁମୁତାଜ, ଶିକ୍ଷାବିତ୍ ନାରାୟଣଚନ୍ଦ୍ର ନାୟକ, ସଂଜିତ ସାହୁ, ଶିକ୍ଷୟିତ୍ରୀ ପ୍ରବିଣା ପରାମାଣିକ, ଓ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ତିତ ରହି ଏହି ଚାରାରୋପଣ କରିଥିଲେ । ସେହିପରି ଧୁଷୁରୀ ସ୍ଥିତ ମୁରଲିଧର ହାଇସ୍କୁଲ ପରିସରରେ ବନମହୋତ୍ସବ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ଜିଲ୍ଳା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଅଧ୍ୟକ୍ଷ ଅଶୋକ ନାୟକ, ପିତାମ୍ବର ବାରିକ, ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା, ଜିଲ୍ଲା ସମ୍ପାଦକ ପ୍ରଦୀପ ଦାସ, ସଭାପତି ରମାକାନ୍ତ ପରିଡ଼ା, ବ୍ଲକ ସମ୍ପାଦକ ହେମନ୍ତ ପରିଡ଼ା ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହି ଚାରାରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *