ଅଜଣା ଜନ୍ତୁ ଭୟରେ ଜନସାଧାରଣ ଆତଙ୍କିତ

ଗତ ରାତି ୩ଟାରେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା ଅଜଣା ଜନ୍ତୁର ଫଟୋ, ବନଖଣ୍ଡ ଅଧିକାରୀ ଙ୍କ ତଦନ୍ତ ପରେ ତାହା ଏକ ଭିନ୍ନ ଧରଣର ଭାଲୁ ବୋଲି ସ୍ପଷ୍ଟ କରିଛନ୍ତି ।
ସହର ମଧ୍ୟରେ ବନ କର୍ମଚାରୀ ସଜାଗ ରହିଛନ୍ତି। ବନଖଣ୍ଡ ଅଧିକାରୀଙ୍କ ସୂଚନା l
ଢ଼େଙ୍କାନାଳ ସହର ଲକ୍ଷ୍ମୀ ବଜାର ଦେଇ ଏକ ଅଜଣା ଜନ୍ତୁକୁ ଦେଖି ସହର ବାସୀ ଭୟଭିତ ହୋଇଥିଲେ।ଏହି ଜନ୍ତୁ ଟି ଚାଲିକି ଯାଉଥିବାବେଳେ କିଛି ଲୋକ ଦେଖି ଦୌଡ଼ି ପଳାଉଥିବା ବେଳେ ଆହତ ହୋଇଥିଲେ, ଉକ୍ତ ଜନ୍ତୁକୁ କୁକୁର ମାନେ ଦେଖି ଦୌଡ଼ିବାରୁ ଜନ୍ତୁ ଟି କୁଆଡ଼େ ପଳେଇ ଯାଇଥିବା ଖବର ମିଳିଛି। ଏହି ଘଟଣା ପ୍ରଚାର ପରେ ଲକ୍ଷ୍ମୀ ବଜାରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ଦେଖି ଏହା ଏକ ଭିନ୍ନ ପ୍ରକାରର ଭାଲୁ ବୋଲି ସଦର ବନ ଅଧିକାରୀ ବିଭୂଦେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି। ଏଥିନେଇ ବନଖଣ୍ଡ ଅଧିକାରୀ ସୁମିତ୍ କର ଙ୍କ ନିର୍ଦ୍ଦେଶ କ୍ରମେ କୁଞକାନ୍ତ ଠାରୁ ବାଜିରାଉତ ଛକ ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ରାତିରେ ବୁଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଭାଲୁ ଯଦି ପୁର୍ନବାର ସହରକୁ ଆସେ ଭାଲୁଟିକୁ ଧରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୌଣସି ବ୍ୟକ୍ତି କିମ୍ବା ଜନସାଧାରଣ ଆନ୍ତଙ୍କିତ ନ ହେବା ପାଇଁ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *