୭୭ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କୋଣାର୍କ : ୭୭ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ କୋଣାର୍କ ଏନଏସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ଏନଏସି ର କଲ୍ୟାଣି ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ପଦ୍ମଲୋଚନ ବେଉରା, ସମାଜସେବୀ ରାମକୃଷ୍ଣ ମହାନ୍ତି, କାଉନସିଲର ନିହାର ରଞ୍ଜନ ବେଉରା, ସୌମ୍ୟସୌରଭ ଦାଶ, ସମୟରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ପ୍ରତିନିଧି ଓ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ସ୍ବାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ସ୍ୱାଧୀନତା ଦିବସ ପାଳନ ନିୟମ ଆଧାରରେ କୋଣାର୍କ ଏନଏସିରେ ମଧ୍ୟ ଏହି ଜାତୀୟ ଦିବସ ପାଳନ କରାଯିବ ବୋଲି ସ୍ଥିର ହୋଇଛି । କୋଣାର୍କ ଏନଏସି ପଡିଆ କିମ୍ବା କଲ୍ୟାଣି ମଣ୍ଡପ ସ୍ଥିତ ପଡିଆରେ ପତ୍ତାକ ଉତ୍ତଳନ, ସାମୁହିକ ପ୍ୟାରେଡ ପ୍ରଦର୍ଶନ, ସଚତନ ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରାକୃତିକ ବିପତ୍ତି ସମୟରେ କିଭଳି ନିଜକୁ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଚମ୍ପାହାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରାଯିବ । ସ୍ବାଧୀନତା ଦିବସର ମୁଖ୍ୟ ଅତିଥି ପୂର୍ବାହ୍ନ ୯.୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ, ବତୃତା, ରଚନା ଓ ସଂଗୀତ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯିବ । ଏତଦବ୍ୟତୀତ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ମେଧାସମ୍ମାନ ପ୍ରଦାନ କରାଯିବା ସହ ସମାଜ ପାଇଁ ଉଲେଖନିୟ ଅବଦାନ ନିମନ୍ତେ ଜଣେ ବରିଷ୍ଠ ନାଗର ମଧ୍ୟ ସମ୍ମାନିତ କରାଯିବ । ଅପରାହ୍ନରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣାମେଣ୍ଟ ମଧ ଆୟୋଜିତ ହେବ ।
ଏଥିପାଇଁ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ନିଷ୍ପତ୍ତି ନିଆଯିବ। ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷରୁ ଆବାସିକ ବିଦ୍ୟାଳୟ ମାନଙ୍କ ପକ୍ଷରୁ ପ୍ରଭାତଫେରି ଓ ରାମଧୂନ ଗାନ କରାଯିବ ।
ସରକାରୀ ଓ ବସରକାରୀ ସଂସ୍ଥା ମାନେ ନିଜ ନିଜର କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ସହିତ ସଂଧ୍ୟାରେ ଆଲୋକ ମାଳାରେ ସଜେଇବାକୁ ଅନୁରୋଧ କରାଯାଇଛି ।ସ୍ୱାଧୀନତା ଦିବସକୁ ପ୍ରତ୍ୟେକ ଜନସାଧାରଣ ଆନନ୍ଦ ଉଲ୍ଲାସ ଓ ସମ୍ମାନର ସହ ପାଳନ କରିବା ସହିତ ନିଜ ନିଜ ଗୃହ ମାନଙ୍କରେ ପାଳନ କରିବା ସହିତ ସଂଧ୍ୟାରେ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଯାଇଛି ।
କୋଣାର୍କ ଏନଏସି ଦ୍ବାରା ଆହୁତ ଏହି ବୈଠକୁ ନଜିବା ପାଇଁ ଜନୟିକ ସିଆରସି ବିଭିନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ମନାକରିଥିବାରୁ ବୈଠକରେ କ୍ଷେଭପ୍ରକାଶ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।