ଜନକଲ୍ଯାଣ ସେବାଟ୍ରଷ୍ଟ ଦ୍ୱାରା ଜଟଣୀ ଆଇ ଆଇଟି ପାର୍ଶ୍ୱରେ ଚାରାରୋପଣ

ଜଟଣୀର ଅଗ୍ରଣୀ ସେବା ସଂଗଠନ ଜନକଲ୍ଯାଣ ସେବାଟ୍ରଷ୍ଟ ଦ୍ୱାରା ଜଟଣୀ ଆଇ ଆଇଟି ପାର୍ଶ୍ୱରେ ଚାରାରୋପଣ କରାଯାଇଛି |ଉକ୍ତ ବନମହୋତ୍ସବ କାର୍ଯ୍ଯ କ୍ରମ ଟ୍ରଷ୍ଟର ସଭାପତି ସାମ୍ବାଦିକ ନବୀନ୍ କୁମାର ମହାପାତ୍ର ଙ୍କ ନେତ୍ରୁତ୍ୱରେ ହୋଇଥିଲା |ଚଳିତ ମୌସୁମୀ ପାଇଁ ୧୦୦୦ଗଛ ରୋପଣ ଓ ବଣ୍ଟନ ପାଇଁ ପ୍ରୟାସ ଜାରିରହିଛି |ଉକ୍ତ କାର୍ଯ୍ଯ କ୍ରମରେ ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ ମୁଖ୍ଯ ଆକର୍ଷଣ ହୋଇଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ଯ ସୁନୀଲ୍ ରାଉତରାୟ ଚାରାରୋପଣର ମହତ୍ୱ ପ୍ରତିପାଦନ କରିଥିଲେ |ଢୁଢୁ ବର୍ଷାକୁ ଖାତିର୍ ନକରି ଟ୍ରଷ୍ଟର କର୍ମକର୍ତ୍ତା ଚାରା ରୋପଣରେ ନିଜକୁ ନିୟୋଜିତ କରିଥିଲେ | କାର୍ଯ୍ଯକ୍ରମକୁ ଟ୍ରଷ୍ଟର ସଂଗଠନ ସଂପାଦକ ନୀଲୁପଟ୍ଟନାୟକ,ଉପସଭାପତି ଏମ୍ ଡିକରିମ୍,ସଂଯୋଜକ ବିଭୁପ୍ରସାଦ ମହାନ୍ତୀ,ସହ ସଂପାଦକ ମହେଶ୍ୱର ସାହୁ,ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାହୁ ପରିଚାଳନା କରିଥିଲେ | ବରିଷ୍ଠ ସଦସ୍ଯ ହରପ୍ରସାଦ ମିଶ୍ର କାର୍ଯ୍ଯ କ୍ରମ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ |ଟ୍ରଷ୍ଟର ପରାମର୍ଶ ଦାତା ନରେନ୍ଦ୍ର ମୁଦୁଲି ସମସ୍ତ ଙ୍କୁ ସାଧୁବାଦ ଜଣାଇଥିଲେ

Leave a Reply

Your email address will not be published. Required fields are marked *