ଶିଶୁ ସୁରକ୍ଷା ସେବା ସମ୍ପର୍କରେ ସ୍ବେଛାସେବୀ ସଂସ୍ଥା ପ୍ରତିନିଧିଙ୍କ କର୍ମଶାଳା
![](https://teerthkhetra.com/wp-content/uploads/2023/08/IMG-20230804-WA0021-1024x577.jpg)
ପୁରୀ ୪/୮ ଶିଶୁ ସୁରକ୍ଷା ସମ୍ବନ୍ଧରେ ଏନ.ଜି.ଓ ପ୍ରତିନିଧି ଙ୍କ ନିମନ୍ତେ କର୍ମଶାଳା ସ୍ଥାନୀୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷ୍ୟ ଠାରେ ପୁରୀ ଜିଲ୍ଲାର 50 ରୁ ଉର୍ଧ୍ଵ ସ୍ବେଛାସେବୀ ସଂସ୍ଥାର ପ୍ରତିନିଧିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା. ଏହି କର୍ମଶାଳା ରେ ମିଶନ ବାତ୍ସଲ୍ୟ, ବେଟି ବଚାଓ ବେଟି ପଢ଼ାଓ, ଶିଶୁ ସୁଲଭ ପରିବେଶ, କିଶୋର ନ୍ୟାୟ ଆଇନ ଏବଂ ଶିଶୁ ମାନଙ୍କ ନିମନ୍ତେ ଥିବା ଅନ୍ୟାନ୍ୟ ଆଇନ, ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା. ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଉଦଘାଟନ କରି କହିଥିଲେ ଯେ, ଶିଶୁ ସୁରକ୍ଷା କ୍ଷେତ୍ରରେ ସ୍ବେଛାସେବୀ ସଂସ୍ଥାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l ଜିଲ୍ଲାକୁ ଶିଶୁ ସୁଲଭ ଭାବେ ଗଢି ତୋଳିବା ନିମନ୍ତେ ସ୍ଵେଚ୍ଛାସେବୀ ସଂସ୍ଥାର ପ୍ରତିନିଧିମାନଙ୍କୁ ଆହ୍ଵାନ ଦେଇ ଥିଲେ ଅତିରିକ୍ତ ଜିଲ୍ଲାପାଳ l ଉଦ୍ଘାଟନୀ ଉତ୍ସବରେ ଶ୍ରୀ ସନ୍ତୋଷ କୁମାର ସେଠି – ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପୁରୀ ଡ଼ଃ. ଅଜିତ କୁମାର ମହାପାତ୍ର- ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି, ପ୍ରିୟଙ୍କା ପ୍ରିୟଦର୍ଶିନୀ- ଅତିରିକ୍ତ ଶ୍ରମ ଅଧିକାରୀ, ରଞ୍ଜିତା ଦାସ- ଜିଲ୍ଲା ବାଲ୍ୟ ବିବାହ ନିଷେଧ ସଂଯୋଜକ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ତାଲିମଦାତା ଭାବରେ ଆଇନ ପରୀବିକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ, ଅଣ ଅନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ସାହୁ, ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପ୍ରମୁଖ ସମ୍ପୃକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପରିଚାଳନା କରିଥିଲେ. ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରୋଜାଲିନି ପାତ୍ର, କମଳା ମହାରଣା, ବିଜୟ କୁମାର ପରିଡା ପ୍ରମୁଖ ସହଯୋଗ କରିଥିଲେ.