ପ୍ରାଥମିକ ଶିକ୍ଷକମାନେ ସମୁହ ଛୁଟି ନେବା ସହ ସ୍ଲୁଲରେ ତାଲା ପକାଇବେ

ପୁରୀ : ପୁରୀଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିୟନ ଏକ ବୈଠକ କୁଳମଣି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ବିଭିନ୍ନ ଦାବି ସରକାର ଗ୍ରହଣ କରିନଥିବାରୁ ଆନ୍ଦୋଳନ ଜୋରଦାର କରାଯିବାସହ ଶିକ୍ଷକମାନେ ସମୁହ ଛୁଟି ନେବେ । ସ୍ଲୁଲରେ ମଧ୍ୟ ତାଲା ଝୁଲାଇବା ପାଇଁ ନିଷ୍ପତି ନେଇଛନ୍ତି । ଶିକ୍ଷକମାନଙ୍କ ଯୋଗ୍ୟତା ଅନୁସାରେ ବେତନ
ମିଳୁନାହିଁ । ଶିକ୍ଷକମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି । ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ,ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ଦାବିପତ୍ର ଦିଆଯିବ ।
ଆଜିର ଏହି ବୈଠକରେ ସଭାପତି ସୋମନାଥ ନନ୍ଦ,ସମ୍ପାଦକ ରାମନାରାୟଣ ମିଶ୍ର,କଲ୍ୟାଣ କୁମାର ସ୍ୱାଇଁ ,ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଶିକ୍ଷକ ନେତାମାନେ ଉପସ୍ଥିତ ଥିଲେ ।