ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିଦେଲା ଛତିଶଗଡ଼

ଓଡିଶାର ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରୁଥିବା ବେଳେ ସେପଟେ ଉପର ମୁଣ୍ଡରେ ବନ୍ୟାର ଭୟ ଘାରିଲାଣି । ଉପରେ ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେସୁଦ୍ଧା ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ ଖୋଲାଯାଇଛି । ଜଳସ୍ତର ବଢୁଥିବାରୁ ଆଗକୁ ଆହୁରି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦.୪୧ ଫୁଟରେ ପହଞ୍ଚିଛି । ହୀରାକୁଦରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୭ ହଜାର ୧୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୨ ହଜାର ୫୦୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

ଗତ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ହାରାହାରି ୮୮ମି ବର୍ଷା ହୋଇଥିଲା । ଫଳରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଛି ଛତିଶଗଡ଼ । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୧୨ ଫୁଟ୍‌ ଜାଗା ଖାଲି ରହିଛି । ତଥାପି ଉପରମୁଣ୍ଡରୁ ଏକକାଳୀନ ୫ ଲକ୍ଷ କ୍ୟୁସେକ୍‌ ଜଳ ଆସୁଥିବାରୁ ତାହା ମହାନଦୀକୁ ଫୁଲାଇଛି । ସ୍ଥିତି ଦେଖି ଆଗକୁ ହୀରାକୁଦରୁ ଅଧିକ ଗେଟ୍‌ ଖୋଲାଯିବ କି ନାହିଁ ତାହା ପରେ ନିଷ୍ପତ୍ତି ହୋଇପାରେ । ଏପଟେ ତଳମୁଣ୍ଡରେ ବନ୍ୟାର ସ୍ଥିତି ସୁଧୁରିବା ବେଳକୁ ଉପରମୁଣ୍ଡରେ ବନ୍ୟା ଭୟ ଘାରିଲାଣି । ଚଳିତ ବର୍ଷ ବନ୍ୟାରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବନ୍ୟାରେ ମୋଟ୍‌ ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *