ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଜ୍ଞାନ ବିଜ୍ଞାନ ମେଳା।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପୁରୁଣା ବଜାର ଭଦ୍ରକ ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ଶିକ୍ଷା ବିକାଶ ସମିତି, ଓଡ଼ିଶା, ପୂର୍ବୋତ୍ତର ସମ୍ଭାଗର ସଭାପତି ଶ୍ରୀଯୁକ୍ତ ଅମୂଲ୍ୟ କୁମାର ନାୟକ ମହୋଦୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମେଳାର ଉଦ୍ଘାଟନ କରିଥିଲେ। ଉକ୍ତ ସଭାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ଶ୍ରୀଯୁକ୍ତ ଶିବଶଙ୍କର ଦାସ,କୋଷାଧ୍ୟକ୍ଷ ଶ୍ରୀମତୀ ଶଙ୍କୁନ୍ତଳା ଦାଶ ଏବଂ ପ୍ରଧାନ ଆଚାର୍ଯ୍ୟ ତଥା ନୂଆ ବଜାର ,ସଙ୍କୁଳ ସହ-ସଂଯୋଜକ ଶ୍ରୀଯୁକ୍ତ ମଦନମୋହନ ମହାନ୍ତ ଉପସ୍ଥିତ ଥିଲେ। ଏତଦ୍ ସହିତ ଭଦ୍ରକ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଶ୍ରୀନିବାସ ପ୍ରଧାନଙ୍କ ସମେତ ବିଭିନ୍ନ ସରକାରୀ ବିଦ୍ୟାଳୟର ୭ଜଣ ବିଜ୍ଞାନ ଶିକ୍ଷକ ମୂଲ୍ୟାୟନ ନିମନ୍ତେ ଉପସ୍ଥିତ ଥିଲେ।ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ଓ ସ୍ବାଗତ ଭାଷଣ ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜ୍ଞାନ ବିଜ୍ଞାନ ଓ ଗଣିତ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମୂଲ୍ୟ ପ୍ରସାଦ ନାୟକ ବିଜ୍ଞାନ ସହିତ ସଂସ୍କୃତି ସଂଯୋଗୀକରଣ କରି ସୁନ୍ଦର ଭାବରେ ଶିଶୁମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।ମଞ୍ଚ ପରିଚାଳନାରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲୀପ କୁମାର ସେଠୀ ଦାୟିତ୍ଵ ନିର୍ବାହ କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିବା ସହିତ ଶିଶୁମାନଙ୍କର ପ୍ରକଳ୍ପର ଉଦ୍ଘାଟନ୍ ହୋଇଥିଲା। ବିଜ୍ଞାନ ବିଷୟ ପ୍ରମୁଖ ଆଚାର୍ଯ୍ୟ ସଂଜୟ କୁମାର ବେହେରା, ଆଚାର୍ଯ୍ୟା ମୋନାଲିସା ନାୟକ,ସରୀତା ଜୟନ୍ତୀ ମିଶ୍ର ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂପାଦନ କରିଥିଲେ। କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *