ବାଲିକୁଦା ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବାଲିକୁଦା ତହସିଲ ନିକଟ ନାଗପୁର ମା ଜାଗୁଳାଇ ପୀଠରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ,ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ ଦାସ,ବାଲିକୁଦା ବ୍ଲକ ଯୁବ ବିଜେଡି ସଭାପତି ଶୁଭେନ୍ଦୁ ଦାସଙ୍କ ସମେତ ବାଲିକୁଦାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା,ଯୁବ ନେତା ପାର୍ଥ ସାରଥୀ ରାଉତ ପ୍ରମୁଖ ଯୋଗ ଦେଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଧିକରୁ ଅଧିକ ଯୁବ ଗୋଷ୍ଠୀଙ୍କୁ ସାମିଲ କରିବା ସହିତ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟ ରହିବ ବୋଲି ଅତିଥିମାନେ କହିଥିଲେ ।ଏହି ଅବସରରେ ବାଲିକୁଦା ବ୍ଲକରେ ନୂଆକରି ଦାୟିତ୍ୱ ନେଇଥିବା ବାଲିକୁଦା ବ୍ଲକ ଯୁବ ବିଜେଡି ସଭାପତି ଶୁଭେନ୍ଦୁ ଦାସଙ୍କ ସମେତ ବ୍ଲକର ବିଭିନ୍ନ ପଂଚାୟତ ଦାୟିତ୍ୱରେ ଥିବା ବିଜେଡି ସଭାପତି,ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *