ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡି

ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡି।ଗାଡିରେ ଥିବା ଜଣଙ୍କୁ ଅଟକ ରଖିଲା ଅବକାରି ବିଭାଗ।ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରି ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୨ଟି ଟିମ କେନାଲ ରାସ୍ତାରେ ଗାଡିକୁ ପିଛାକରୁଥିଲେ। ଗାଡିଟି ଦୃତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଡାପାଳ ଛକ ନିକଟରେ ରାସ୍ତା ତଳକୁ ଖସି ଯାଇଥିଲା।ଫଳରେ ଗାଡିରେ ଥିବା ଅନ୍ୟ ଜଣେ ଫେରାର ହୋଇଯାଇଥିଲାବେଳେ ଜଣକୁ ଧରିବାରେ ସକ୍ଷମ ହୋଇଥିଲା ଅବକାରି ବିଭାଗ। ଏହା ସହ ଗାଡିଟିକୁ ଏକ ହାଇଡ୍ରା ସାହାର୍ଯ୍ୟରେ ଉଦ୍ଧାର କରି ଥାନାକୁ ନେଇଛନ୍ତି ଏଥିରେ ବିପଳ ପରିମାଣର ଚୋରା ଦେଶିମଦ ଜବତ କରାଯାଇଛି। ପର୍ଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରୁ ଦେଶି ଚୋରା ମଦ ଦୀର୍ଘଦିନ ହେବ ଏହି ରାସ୍ତାଦେଇ ବାହାରକୁ ଚାଲାଣ କରାଯାଉଥିବାର ଅଭିଯୋଗ ହେଉଥିଲା। ଖବର ପାଇ ଗାଡିକୁ ଧରିବାରେ ସକ୍ଷମ ହୋଇଛି ଅବକାରିବିଭାଗ।