ଜାତୀୟ କୃମି ନାଶକ ଦିବସ

ଆଜି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ସିଡି ଏମ୍ ଓ ଆର୍ତ୍ତଵନ୍ଧୁ ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଜିଲ୍ଲା ଅଙ୍ଗନବାଡି ବିଭାଗ, ଶିକ୍ଷା ବିଭାଗ , ସ୍ୱୟଂ ସହାୟକ ଗୋଷ୍ଠୀ,ଆଶା କର୍ମୀମାନଙ୍କ ର ସହାୟତା ଲୋଡ଼ା ଯାଇଥିଲା। ବିଶେଷ କରି ପିଲା ମାନଙ୍କ କ୍ଷେତ୍ରରେ କିପରି ଔଷଧ ସଠିକ ଭାବେ ପ୍ରୟୋଗ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ବିଶଦ ଭାବେ ଆଲୋଚନା କରିଥିଲେ। ପ୍ରଶିକ୍ଷଣ ଦିଆଯାଇ ପିଲା ମାନଙ୍କୁ କୃମି ନାଶକ ଔଷଧ, ଏବଂ ରକ୍ତ ହୀନତା ଦୂରୀକରଣ ପାଇଁ ଔଷଧ ର ପ୍ରୟୋଗ କରାଯିବାକୁ ଜିଲ୍ଲାପାଳ ପ୍ରାଥମିକତା ଦେଇଥିଲେ।। ସେଥିପାଇଁ ସିଡିଏମଓ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ୱନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଏବଂ ଅନ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମେଡିକାଲ ଟିମ୍, ସମସ୍ତ ସିଡିପିଓ ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *