ମରଚିକୋଟ ସ୍ଥିତ ଟ୍ରାଫିକ ପୋଷ୍ଟରେ ୱାଟର ପ୍ରୁଫ ଛତା ସ୍ଥାପିତ

ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର ସବୁଜ ପୁରୀ ଧାମକୁ ସରସ ଓ ସୁନ୍ଦର କରିବା ପାଇଁ ପ୍ରଶାସନର ଯୋଜନା ଓ ପୁରୀ ସହରର ଆବଶ୍ୟକତାକୁ ନଜରରେ ରଖି ପୁରୀ ସହରର ଏକ ସଂସ୍ଥା ନିଜସ୍ୱ ଚେଷ୍ଟାରେ ସ୍ୱଳ୍ପ ବ୍ୟୟରେ ସବୁଜ କଲରର ଟେନସାଇଲ ପୋଟେବିଲ ଫୋଲଡେବୁଲ ଉଇଣ୍ଡୋ ରେଜିଷ୍ଟାଣ୍ଡ ଆଣ୍ଟି ରେଡିଏସନ ୱାଟର ପ୍ରୁପ କାନେପି ବା ଛତା ପ୍ରସ୍ତୁତ କରି ମରଚିକୋଟ ସ୍ଥିତ ଟ୍ରାଫିକ ପୋଷ୍ଟରେ ସ୍ଥାପିତ କରିଛନ୍ତି ।
ଯାହାକୁ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ନେଇ ହବ।ଆବଶ୍ୟକ ବେଳେ ଏହାକୁ ଛତା ଭଳି ଭଙ୍ଗାଯାଇ ପାରିବ ଓ ଖୋଲାଯାଇ ପାରିବ।ଏହା ବର୍ଷା ଓ ଅସହ୍ୟ ଖରାରୁ ଆଶ୍ରିତଙ୍କୁ ରକ୍ଷା କରି ପାରିବ। ଏହା ଚାରିପାଖ ମଧ୍ୟ ପାରଦର୍ଶୀ ସ୍କ୍ରିନ ୱାଲରରେ ଅବାଧ କରାଯାଇ ପାରିବ।ଏହା ମଧ୍ୟରେ ଲାଇଟ ଫ୍ୟାନ ମଧ୍ୟ ଲଗାଯାଇ ପାରିବ।
ବଡ଼ଦାଣ୍ଡ ଓ ସମୁଦ୍ର କୂଳ ଉଠା ଦୋକାନୀ ଙ୍କୁ ଆଗକୁ ଏହା ପ୍ରଦାନ କରାଯିବାର ଯୋଜନା ଅଛି ।ଏହାର ଏକ ରୂପତା ସହରର ସୌନ୍ଦର୍ଯ୍ୟକରଣରେ ଆଉ ଏକ ପାଦ ଆଗକୁ ଆଗେଇ ନେବ।ଏ ପ୍ରକାର ପୋଟେବଲ ଟେନସାଇଲ ଆମ୍ବରେଲା ଓଡ଼ିଶା କଣ ଭାରତରେ ପ୍ରଥମ ।ଏହା ଟ୍ରାଫିକ ASI ଅରୁଣ ବଳିଆର ସିଂ, ASI ରାଜକିଶୋର ରାଉତ , ଟ୍ରାଫିକ କନଷ୍ଟବଲ ସୁଚିତ୍ର ବେହେରା ,ହୋମଗାର୍ଡ କେଳୁ ପ୍ରଧାନ ,ପୂର୍ଣ ଚନ୍ଦ୍ର ନନ୍ଦ ଓ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ
ରିପୋର୍ଟ : ସୁଧାଂଶୁ ଶେଖର କର