ଅଭାବନୀୟ ଘଟଣା: ପୁଅ ଝିଅକୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ ।

ଫୁଲବାଣୀ:-କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଜନ୍ମ କଲା ମା ହତ୍ୟା କଲା ଦୁଇ ପୁଅ ଝିଅ କୁ । ପୁଅ ଝିଅକୁ ଡାକି ନେଇ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ସୂଚନା ଅନୁସାରେ ସ୍ୱାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଗତକାଲି କଳହ ଚରମ ସୀମା ରେ ପହଂଚିଥିଲା l ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ଅପରାହ୍ନ ୪ ଟାବେଳେ ପୁଅ ଏବଂ ଝିଅ କୁ ଧରି ଘରୁ କୁଆଡେ ଚାଲିଯାଇଥିଲେ । ତେବେ ମା ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଆଲିମା ନିକଟସ୍ତ ଏକ କୂଅକୁ ଠେଲି ନିଜେ କୂଅ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ସ୍ଥାନୀୟ ଲୋକଙ୍କ ସହାୟତରେ ମା କୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଂଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ । ତେବେ ରାଇକିଆ ଡାକ୍ତର ଖାନାରେ ଦୁଇ ଛୁଆକୁ ଡାକ୍ତର ମୃତ ଘୋଷଣ କରିଥିଲେ । ମା କୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି l ରାଇକିଆ ପୋଲିସ ଘଟଣା ଏନେଇ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *