ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉନ୍ଧାର

ପୁରୀ ଜିଲ୍ଲା ସଦର ଥାନା ଅଧିନ କାଶିଜଗନ୍ନାଥପୁର ଗାଁର ଭୀମସେନ ଭୋଇ ଗତ ୧୦ ଦିନ ହେବ କୋଣାର୍କ ଥାନା ଅଧିନ ଜୁଣେଇ ଗାଁ ବେଠିଆକୁଦ ଝିଅ ଘରକୁ ଆସି ଥିଲେ। ତାଙ୍କ ମୁଣ୍ଡଦୋଶ ଥିବାରୁ ଆଜକୁ ୪ ଦିନହେବ ସକାଳୁ କୁଆଡେ ପଳାଇଯାଇଥିଲେ। ଏ ନେଇ କୋଣାର୍କ ଥାନାରେ ତାଙ୍କ ସ୍ତ୍ରୀ ପୁନା ଭୋଇ ଲିଖିତ ଅଭିଯୋଗ କରିଥିଲେ। କୋଣାର୍କ ପୋଲିସ ସହ ଝିଅର ପରିବାର ଖୋଜାଖୋଜି ଚଲାଇବା ବେଳେ ସୋମବାର ସକାଳୁ ଜୁଣେଇ ଗାଁ ବେଠିଆଗଦା ଜଙ୍ଗର ଭିତରେ ଏକ ଗଛରେ ଭୀମସେନଙ୍କ ଝୁଲନ୍ତା ମୃତ୍ୟୁ ଶରୀର ଠାବ ହୋଇଛି। ଏକ ରସି ସାହାର୍ଯ୍ୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସ୍ଥଳରେ କୋଣାର୍କ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରହିଛି। ଶବକୁ ବ୍ୟବଚ୍ଛେଦ ନିମନ୍ତେ ପୁରି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ୍ ପକ୍ଷରୁ ସୁଚନା ଦିଆଯାଇଛି। ପୋଲିସ୍ ପକ୍ଷରୁ ୧୫/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି।
ରିପୋର୍ଟ୍ – ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *