ବିଶ୍ଵ ହିନ୍ଦୁ ପରିଷଦ, ଭଦ୍ରକ ନଗର ପକ୍ଷରୁ ମା’ ଭଦ୍ରକାଳୀଙ୍କ ପୀଠରେ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଭଦ୍ରକ: ୧୭/୭: ପରିବେଶର ସନ୍ତୁଳନ ଏବଂ ପ୍ରଦୂଷଣ ମୁକ୍ତ ପାଇଁ ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକ ନଗର ପକ୍ଷରୁ ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ପରିସରରେ ବୃକ୍ଷରୋପଣ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ପୁନିଲ କୁମାର ସାମନ୍ତଙ୍କ ନେତୃତ୍ୱରେ ୩୦ ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ପୀଠ ପରିସର ମଧ୍ୟରେ ମୂଲ୍ୟବାନ ଫୁଲ ଗଛ, ନିମ୍ବ ଗଛ, ବର ଅଶ୍ୱସ୍ଥ ଗଛ ରୋପଣ କରାଯାଇଥିଲା। ସୁସ୍ଥ ପରିବେଶ ଗଠନ ନିମନ୍ତେ ଜଳ ସେଚନ, ବ୍ଲିଚିଂ ପାଉଡର ଓ ଫିନାଇଲ ସିଞ୍ଚନ କରାଯାଇ ପରିସରକୁ ପରିଷ୍କାର କରାଯାଇଥିଲା। ସେବା ମାଧ୍ୟମରେ ଭଗବତ କାର୍ଯ୍ୟ ହୁଏ ବୋଲି ଜିଲ୍ଲା ଉପ ସଭାପତି ନିରଞ୍ଜନ ସାହୁ ପ୍ରକାଶ କରିଥିଲେ। ବୃକ୍ଷର ମାହାତ୍ମ୍ୟ ଓ ପରିବେଶ ସନ୍ତୁଳନ ସମ୍ବନ୍ଧରେ ବଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱାଧୀନ ସୁନ୍ଦର ଦାସ ଆଲୋଚନା କରିଥିଲେ। ଏହି ଅବସରରେ ପରିବେଶର ଆବଶ୍ୟକୀୟ ଅମ୍ଳଜାନ ନିମନ୍ତେ ଜଣେ କାର୍ଯ୍ୟକାର୍ତ୍ତା ଗୋଟିଏ ବୃକ୍ଷ ରୋପଣ ପାଇଁ ପରିଷଦ ପକ୍ଷରୁ ଆହ୍ୱାନ କରାଯାଇଛି। କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସତସଙ୍ଗ ସହ ପ୍ରମୁଖ ଗୋବିନ୍ଦ ରାଉତ, ଆର. ଏସ.ଏସ ର ବାଲେଶ୍ଵର ବିଭାଗ ଶାରୀରିକ ପ୍ରମୁଖ ସୁବ୍ରତ ନାୟକ, ପରିଷଦର ଜିଲ୍ଲା ଉପ- ସଭାପତି ନିରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ବରିଷ୍ଠ କାର୍ଯ୍ୟକର୍ତ୍ତା ହୃଷିକେଶ ନାଥ, ଭଦ୍ରକ ନଗର ସମ୍ପାଦକ ମହେଶ୍ବର ବେହେରା, ବଜରଙ୍ଗ ଦଳର ଚନ୍ଦନ ଦାସ, କାହ୍ନା ପ୍ରସାଦ ଖୁଣ୍ଟିଆ, ସନ୍ତୋଷ ନାୟକ, ତାପଜ ସାହୁ, ମୁକେଶ ବାରିକ, ବିକ୍ରମ ମହାପାତ୍ର, ମିଲନ ବଳ, କଟିଆ ପଲେଇ, ମଦନ ବାରିକ, ପ୍ରଶାନ୍ତ ମଲ୍ଲିକ, ପ୍ରଶାନ୍ତ ସିଂହ, ମାନସ ବାରିକ, ଆଲୋକ ବେହେରା, ସୁରଜ ଦାସ, ସୁରଜ ରାମ ଓ ରାହୁଲ ଦେବ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *