ନୂତନ ଥାନା ଅଧିକାରୀ ଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା
ନୂତନ ଥାନା ଅଧିକାରୀ ଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା।ମାଲକାନଗିରି-୦୭-୦୮-୦୨୩ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାସୁଦେବ ଜେନାଙ୍କ ନେତୃତ୍ୱରେ l ଆଜି ମାଥିଲି ଥାନାରେ ନୂତନ ଭାବରେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ମଲ୍ଲିକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।ଏବଂ ମାଥିଲି ଥାନା ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ସହିତ ଲୋକ ରହିବେ,l ଦୁର୍ଘଟଣାରୁ ବଞ୍ଚିତ ହେବେ ଓ ବହୁ ଜନ ଜୀବନ ହାନି ଘଟୁଛି ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସବୁ ସମୟରେ ଦୁର୍ଘଟଣା ରୋକିବା କୁ କଡା ପଦକ୍ଷେପ ନେବା ପାଇଁ l ସଂଘର କର୍ମକର୍ତ୍ତା ଓ ବୃଦ୍ଧିଜୀବୀ ଅଜିତ କୁମାର ସଗରିଆ,ଏବଂ ଶ୍ୟାମ ପ୍ରସାଦ ପଟ୍ଟନାୟକ,ସୀମାଞ୍ଚଳ ସାହୁ,ଓ ପଦ୍ମା ନାୟକ, ନୂତନ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତତ୍ପରେ ଥାନା ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ମାଥିଲି ଥାନା ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ସହିତ ରୋଡ଼ ଦୁର୍ଘଟଣା ଠାରୁ ଧରି ଚର ଡକାଇତି,ମହିଳା ପ୍ରତି ସୁରକ୍ଷା ସମେତ ରୋକା ଯାଇ ପାରିବ, ସେଥିପାଇଁ ମାଥିଲି ପୋଲିସ ସମ୍ପୁର୍ଣ୍ଣ ଭାବେ ଚେଷ୍ଟା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏବଂ ପୋଲିସ ଓ ଜନସାଧାରଣ ମାନଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବା ସହିତ, ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିବ ବୋଲି ଶ୍ରୀଯୁକ୍ତ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି।