ଭଦ୍ରକ ପୋଲିସ୍ର ବଡ ସଫଳତା,ଏକ କେଜି ୯୦ଗ୍ରାମର ଧଳାଜହର ଜବତ ଚାରି ଗିରଫ….

ଭଦ୍ରକ:୧୭।୭: ଭଦ୍ରକରେ ଧଳା ଜହର କାରବାର ଥମିବାରେ ନାମ ଧରୁନି,କିଛି ଦିନ ପୂର୍ବରୁ ଗ୍ରାମାଞ୍ଚଳ ଭପୋଲିସ ୫୧୦ଗ୍ରାମର ଧଳା ଜହର ଜବତ କରିଥିବା ବେଳେ ଗତକାଲି ପୁଣି ଏକ କେଜି ୯୦ ଗ୍ରାମର ଧଳା ଜହର ଜବତ କରିଛି ଗ୍ରାମାଞ୍ଚଳ ପୋଲିସ । ସୂଚନା ମୁତାବକ ଗତକାଲି ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଭଦ୍ରକ ଗ୍ରାମଂଚଳ ପୋଲିସ ତରଫରୁ ଏମଭି ଚେକିଂ ବେଳେ ଚରମ୍ପା ଧାମରା ରେଲୱେ ବ୍ରିଜ ନିକଟରୁ ଏକ ସନ୍ଦେହ ଜନକ ଭାବେ ଆସୁଥିବା ଏକ ଓଟୋକୁ ଅଟକାଇଥିଲେ ଭଦ୍ରକ ପୋଲିସ,ସେଥିରୁ ଏକ କେଜି ୯୦ ଗ୍ରାମର ବ୍ରାଉନ ସୁଗାର ସହିତ ନଗଦ ଏକ ଲକ୍ଷ ଟଙ୍କା ସହ ୪ ଜଣକୁ ଗିରଫ କରାଯିବା ସହିତ ଓଟୋକୁ ମଧ୍ୟ ଜବତ କରାଯାଇଥିଲା ।ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ସିଙ୍ଗଲା ର ସେକ ଅବଦୁଲ ହମିଦ,ଉଦୟପୁର ଖଇରା ବାଲେଶ୍ୱର ର ମନୋଜ ଦାସ,ବରାଳପୋଖରୀ ଚରମ୍ପା ଭଦ୍ରକ ର କୁନୀଲତା ଷଡ଼ଙ୍ଗୀ,ବରାଳ ପୋଖରୀ ଚରମ୍ପା ଭଦ୍ରକ ର ଅଜୟ ଷଡ଼ଙ୍ଗୀ ଓ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ସବୁଠାରୁ ବଡ କଥା ହେଉଛି ୨୦୨ ୧ ମସିହାରେ ୧୮ ଟି କେଶ ରେଜିଷ୍ଟର ହୋଇଥିବା ବେଳେ ୪୫ଜଣକୁ ଗିରଫ କରିଛି ଭଦ୍ରକ ପୋଲିସ ଏବଂ ପାଖାପାଖି ଚାରି କେଜି ର ବ୍ରାଉନ ସୁଗାର ସହିତ ୩୧ କେଜି ଗଂଜା ଜବତ କରିଛି ଭଦ୍ରକ ପୋଲିସ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା।

Leave a Reply

Your email address will not be published. Required fields are marked *