ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ। ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ ଦାବିପତ୍ର


କୋଣାର୍କ, ୧୭.୦୭- ତୈଳ ଦର ବୃଦ୍ଧି ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ନୀତିକୁ ବିରୋଧ କରି ସାରା ରାଜ୍ୟରେ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ କରାଯାଇଛି। ଏହି ଅବସରରେ କାକଟପୁର ବ୍ଲକ ୮ ନମ୍ବର ଜୋନ କଂଗ୍ରେସ କେମିଟି ପକ୍ଷରୁ କୋଣାର୍କ ନିକଟସ୍ତ ବାଲିଦୋକାନ ପେଟ୍ରୋଲ ପମ୍ପ ନିକଟରେ ଜୋନ ସଭାପତି ଲକ୍ଷ୍ମୀ ନାରାୟଣ ଜେନାଙ୍କ ନେତୃତ୍ବରେ ଏକ ପ୍ରତିବାଦ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଜେପି ଶାସିତ କେନ୍ଦ୍ର ସରକାର ଓ ବିଜେଡ଼ି ଶାସିତ ରାଜ୍ୟ ସରକାର ସଲାସୁତୁରା ହୋଇ ଲୋକଙ୍କୁ ଟିକସ ନାମରେ ହରିଲୁଟ କରୁଥିବା ଅଭିଯୋଗ କରିଛନ୍ତି। ଅତ୍ୟଧିକ ଟିକସ ଯୋଗୁଁ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଯାହା ଫଳରେ ସାଧାରଣ ଲୋକ ନାହିଁ ନଥିବା ହିନସ୍ଥା ହେଉଛନ୍ତି। କରୋନା ମହାମାରୀ ଯୋଗୁ କାମଧନ୍ଦା ଓ ରୋଜଗାର ହରାଇଥିବା ଲୋକେ ଦର ବୃଦ୍ଧି ଯୋଗୁଁ କିଭଳି ହିନସ୍ଥା ହେଉଛନ୍ତି ତାହା ପାଇଁ ପ୍ରତିବାଦ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଖାଉଟିଙ୍କ ଦସ୍ତଖତ ପ୍ରଦାନ କରିଛନ୍ତି। ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କମାଇବା ପାଇଁ ଦାବି କରିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କାକଟପୁର ବ୍ଲକ କଂଗ୍ରେସ ଯୁବ ନେତା ପବିତ୍ର ବିଶ୍ଵାଳ ଓ ଅନେକ କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଥଲେ। ଅନ୍ୟମାନଙ୍କ ମଧ୍ୟରେ କର୍ମି ଦାଶରଥି ବିଶ୍ଵାଳ, ଚିତ୍ରେସେନ କାଂଡି, ଦିଲୀପ ଦଳାଇ, ନାରାୟଣ ମର୍ଦରାଜ, ପ୍ରସନ୍ନ ମୁଦୁଲି, ପ୍ରହଲ୍ଲାଦ ବାରିକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *