ହରଘର ତ୍ରିରଙ୍ଗା ଓ ଆଜାଦିକା ଅମୃତ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର: ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଆଜାଦିକା ଅମୃତ ମହୋଉତ୍ସବ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ପାରୁଲ ପଟାୱରୀ ଯୋଗଦେଇ କହିଥିଲେ ଅଗଷ୍ଟ ୧୩,୧୪, ଓ ୧୫ ତାରିଖ ରେ ଘରେ ଘରେ ତ୍ରିରଙ୍ଗା ପତକା ଲଗାଯିବ ଜଗତସିଂହପୁର ଜିଲ୍ଲା ପାଇଁ ମିଶନଶକ୍ତି ବିଭାଗର ସମସ୍ତ ବ୍ଲକସ୍ତରୀୟ ଫେଡ଼େରେସନଙ୍କ ଦ୍ୱାରା ୧,୫୦,୦୦୦ତ୍ରିରଙ୍ଗା ପତକା ତିଆରୀ କରାଯିବ l ଏହାକୁ ମାଗଣାରେ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ପୌରପରିଷଦ ନିର୍ବାହୀ ଅଧିକାରୀ ମାନେ ବଣ୍ଟନ ବ୍ୟବସ୍ଥା କରିବେ l ପ୍ରତ୍ୟେକ ଘରେ ଘରେ ସମ୍ନାନର ସହ ଜାତୀୟ ପତକା ଲଗାଇବେ l ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍କୁଲ, କଲେଜ, ପଞ୍ଚାୟତ ଅଫିସ ଅଙ୍ଗନବାଡ଼ି କେନ୍ଦ୍ର ଇତ୍ୟାଦିରେ ତ୍ରିରଙ୍ଗା ପତକା ଉଡ଼ାଇବେ ଅଗଷ୍ଟ ୧୨ତାରିଖ ଠାରୁ ଏହି ପତାକାର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ l ଆଗାମୀ ୧୫ ତାରିଖ ଜନସେବା ଦିବସରେ ମଧୁବାବୁ ପେନସନ ପ୍ରଦାନ କରାଯିବ l ରାଜ୍ୟସରକାର ଜଗତସିଂହପୁର ଜିଲ୍ଲା ପାଇଁ ଅତିରିକ୍ତ ୧୭,୪୭୮ ମଧୁବାବୁ ପେନସନ ଅନୁମୋଦନ କରିଛନ୍ତି l ସମସ୍ତ ବିଡ଼ିଓ ମାନେ ଏସଂପର୍କରେ ଜନସାଧାରଣଙ୍କୁ ପ୍ରତ୍ୟେକ ପଞ୍ଚାୟତରେ ସଚେତନ କରାଇବେ l ଅଗଷ୍ଟ ୧୫ ତାରିଖ ସୁଦ୍ଧା ମିଶନଶକ୍ତି ମା’ ଭଉଣୀ ମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିନା ସୁଧ ରେ ସ୍କୁଟି ଯୋଗାଇ ଦେଶର ଲକ୍ଷ ରହିଛି l ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କରାଯିବ l ଜଙ୍ଗଲ ପରିବେଷ ଓ ଜଳବାୟୁ ପରିଵର୍ତ୍ତନ ବିଭାଗ ଓଡିଶା ସରକାର ଙ୍କ ତରଫରୁ ଜଗତସିଂହପୁର ବନ୍ୟାଞ୍ଚଳ ଏରିଆ ମଧ୍ୟରେ ୧୩ କୋଟି ଚାରାଉପାଦନ କେନ୍ଦ୍ରରେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିୟୁକ୍ତି ଯୋଜନାରେ ଗ୍ରାମ୍ୟଞ୍ଚଳ ଲୋକଙ୍କ ପାଇଁ ୧୦ଗୋଟି ଏବଂ ସହରାଞ୍ଚଳ ଲୋକଙ୍କ ପାଇଁ ୫କୋଟି ଚାରା ବିନା ମୂଲ୍ୟ ରେ ଯୋଗାଇଦିଆଯାଇଛି l ଅଜାଦିକା ଅମୃତ ମହୋଉତ୍ସବ ପାଳନ ଅବସରରେ କେନ୍ଦ୍ର ସରକାରଙ୍କର ‘ମେରି ମାଟି ମେରା ବେଶ ‘କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ଆଲୋଚନା କରାଯାଇଥିଲା l ଏହି ପରିପେକ୍ଷୀରେ ମାଟିକୁ ସମ୍ମାନ ଏବଂ ବୀର ଙ୍କୁ ବନ୍ଦନା କ୍ଷେତ୍ରରେ ପଞ୍ଚସ୍ତରୀୟ ପଦପେକ୍ଷ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ପ୍ରଥମ ସୋପାନରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦେଶ୍ୟ ରେ ଶିଳାଫଳ କମ, ଦ୍ୱିତୀୟରେ ‘ପଞ୍ଚପ୍ରlଣ ଶପଥ’ ତୃତୀୟରେ ବସୁଧା ବନ୍ଧନ କାର୍ଯ୍ୟକ୍ରମ ମାଧ୍ୟମ ରେ ଅମୃତ ସରୋବର ନିକଟରେ ୭୫ ଟି ଚାରରୋପଣ, ଚତୁର୍ଥରେ ବିରଙ୍କ ବନ୍ଦନା ଓ ଶେଷରେ ଜାତୀୟ ପତାକା ଉତ୍ତାଳନ ଏବଂ ରାଷ୍ଟ୍ରୀୟ ସଂଗୀତ ଗାନ ଉପରେ ବୈଠକରେ ନିଷ୍ପତି ନିଆ ଯାଇଥିଲା l ସଭାଶେଷରେ ଜିଲ୍ଲାପାଳ ପାରୁଲ ପଟୱରୀ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ l