କମୁଛି ବନ୍ୟା ଜଳ, ବଢୁଛି ଦୁର୍ଦଶା

ମହାନଦୀରେ ବନ୍ୟା ଜଳ ହ୍ରାସ ପାଇ ଚାଲିଥିଲେ ମଧ୍ୟ ବିପନ୍ନ ମାନଙ୍କ ଦୁର୍ଦଶା ବୃଦ୍ଧି ପାଇ ଚାଲିଛି । ଗାଁ ଭିତରୁ ବନ୍ୟା ପାଣି ଛାଡି ନ ଥିବା ଯୋଗୁ ନଦୀ ବନ୍ଧରେ ଆଶ୍ରୟ ନେଇଥିବା ଶତାଧିକ ଲୋକ ଘର ବାହୁଡ଼ିବା ସମ୍ଭବ ହୋଇ ପାରିନାହିଁ । ଗତ ଛଅ ଦିନ ହେଲା ତିର୍ତ୍ତୋଲ ବ୍ଲକ ଆଦିବାସୀ ସାହି, ମଣିଜଙ୍ଗା କୋଟକଣା ଆଦିବାସୀ ସାହି ଓ କୁଜଙ୍ଗ ବ୍ଲକ ତେରମାଣପୁର ଗାଁର ଶତାଧିକ ବିପନ୍ନ ବିଭିନ୍ନ ଆଶ୍ରୟ ସ୍ଥଳ ଓ ନଦୀ ବନ୍ଧ ରେ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି । କେତେକ ସ୍ଥାନରେ ଘର ଭିତରୁ ପାଣି ଛାଡିଯିବା ପରେ ଲୋକେ ଘରକୁ ଯାଇ ଘର ସଜାଡ଼ିବା ଆରମ୍ଭ କରି ଦେଇଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ଚୁଡା, ଗୁଡ ଓ ବିସ୍କୁଟ ସହ ଦିନରେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରା ଯାଉଥିଲା । କିନ୍ତୁ ଏବେ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି । ଯାହାକୁ ନେଇ ବନ୍ୟା ବିପନ୍ନ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ମହାନଦୀ ରେ ବନ୍ୟା ଜଳ ଆସିବା ଫଳରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଂଗ ବ୍ଳକର ସର୍ବାଧିକ ଲୋକ କ୍ଷତିଗ୍ରସ୍ତ ହୋଇ ଛନ୍ତି । ଜିଲ୍ଲାର କୁଜଙ୍ଗ ବ୍ଳକ ତେରମାଣପୁର ଠାରେ 50ଫୁଟ ରୁ ଉର୍ଦ୍ଧ୍ବ ଲମ୍ବର ଘାଇ ସୃଷ୍ଟି ହେବା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହିତ 300 ପରିବାର ଜଳବନ୍ଦୀ ରେ ଜୀବନ କାଟୁଥିଲେ । ଗତ ଛଅ ଦିନ ହେଲା ତିର୍ତ୍ତୋଲ ବ୍ଲକ ଆଦିବାସୀ ସାହି, ମଣିଜଙ୍ଗା କୋଟକଣା ଆଦିବାସୀ ସାହି ଓ କୁଜଙ୍ଗ ବ୍ଲକ ତେରମାଣପୁର ଗାଁର ଶତାଧିକ ବିପନ୍ନ ବିଭିନ୍ନ ଆଶ୍ରୟ ସ୍ଥଳ, ସ୍କୁଲ ଘର ଓ ନଦୀ ବନ୍ଧ ରେ ପଲିଥିନ ତଳେ ଆଶ୍ରୟ ନେଇଥିଲେ। କେତେକ ସ୍ଥାନରେ ଘର ଭିତରୁ ପାଣି ଛାଡିଯିବା ପରେ ଲୋକେ ଘରକୁ ଯାଇ ଘର ସଜାଡ଼ିବା ଆରମ୍ଭ କରି ଦେଇଛନ୍ତି। ଅନେକଙ୍କ ଘରର କାନ୍ଥ ପଡି ଯାଇଥିବା ବେଳେ ଘର ଭିତରେ ପଟୁ ଜମି ରହିଛି । ଅପରପକ୍ଷରେ ସ୍କୁଲ ଘରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ଦୁଇ ଦିନ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର କରି ଦିଆଯାଇଛି । ସ୍କୁଲରେ ପରୀକ୍ଷା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇ ଥିବା ବନ୍ୟା ବିପର୍ଣ୍ଣ ମାନେ କହିଛନ୍ତି । ଏହା ସହିତ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମଧ୍ୟ ବନ୍ଦ କରିବା କି ନେଇ ବନ୍ୟାସ ବିପର୍ଣ୍ଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏବେ ବି ଛଅ ଦିନ ହେବ ଶତାଧିକ ବନ୍ୟା ବିପନ୍ନ ପରିବାର ନଦୀ ବନ୍ଧ ଉପରେ ପଲିଥିନ ଟାଣି ଆଶ୍ରୟ ନେଇଛନ୍ତି । ଘର ଭିତର କାଦୁଅ ଓ ପଟୁ ଜମି ଯାଇଛି । ତେବେ କିଛି ଲୋକ ବନ୍ୟା ପାଣି ଛାଡି ଥିଲେ ମଧ୍ୟ ଘର ଦ୍ୱାର ଅସଜଡ଼ା ହୋଇ ପଡ଼ିଥିବାରୁ ଛଅ ଦିନ ପରେ ମଧ୍ୟ ଘରକୁ ଯିବା ସମ୍ଭବ ହୋଇ ପାରୁନାହିଁ । ତେଣୁ ବାଧ୍ୟ ହୋଇ ଏବେ ବି ନଦୀ ବନ୍ଧ ରେ ବିପନ୍ନ ମାନେ ଜୀବନ କାଟୁଛନ୍ତି । ଆପରପକ୍ଷରେ ସ୍ଥାନୀୟ ତିର୍ତ୍ତୋଲ ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା ବନ୍ୟା ବିପନ୍ନ ଙ୍କୁ ଭେଟିବା ସହିତ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଖୁବଶୀଘ୍ର ରନ୍ଧା ଓ ଶୁଖିଲା ଖାଦ୍ୟ ଦେବା ସହିତ ପଲିଥିନ ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଘର ବାହୁଡା କରିଥିବା ବନ୍ୟା ବିପନ୍ନ ମାନେ ଏଭଳି ସ୍ଥିତିରେ କିପରି ଘର ଭିତରେ ଆଶ୍ରୟ ନେବେ ସେ ନେଇ ଚିନ୍ତାରେ ପଡିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।
ଜଗତସିଂହପୁର ରୁ ରୀତା ସାହୁ