ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଆଶ୍ରମ ପାଟଣା ସ୍ଥିତି ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କଲେଜ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତନ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପଂଚାୟତ ସମିତି ଅଧ୍ୟକ୍ଷ। କନକପ୍ରଭା ଲେଙ୍କା, କଲେଜର ଅଧ୍ୟକ୍ଷ ରବିନାରାୟଣ ରଥ, ପ୍ରଦୀପ୍ତ କୁମାର ଦାଶ, ସ୍ଥାନୀୟ ସରପଞ୍ଚ ଲିପକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରିବା ସହିତ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜଗତସିଂହପୁର ରୁ ରୀତା ସାହୁ