ଯାତ୍ରୀ ବିଶ୍ରାମଗାରରେ ଉପୁଡି ଯାଇଥିବା ରୋଟେଟ ଗେଟ ଲାଗିଲା

ସୋରଡା : ଗଞ୍ଜାମ ସୋରଡା ଏନ ଏ ସି ରେ ଯାତ୍ରୀ ବିଶ୍ରାମା ଗାର ରେ ଉପୁଡି ପଡିଥିବା ଷ୍ଟିଲ ରୋଟେଟ ଗେଟ ଟି କୁ ମରାମତି କରି ବର୍ତମାନ ଲଗାଯାଇଛି। ସୋରଡା ଏନ ଏ ସି ରେ ଗତ ଜୁଲାଇ 27 ତାରିଖ ରେ ନୂତନ ଯାତ୍ରୀ ବିଶ୍ରାମଗାର ର ଉଦଘାଟନ କରଯାଇଥିଲା। ହେଲେ ଉଦଘାଟନ ହେବାର ମାତ୍ର 10 ଦିନ ଭିତରେ ବିଶ୍ରାମଗାର ର ଲାଗିଥିବା ଦୁଇଟି ଷ୍ଟିଲ ରୋଟେଟ ଗେଟ ସଂପୂର୍ଣ୍ଣ ଉପୁଡି ପଡିଥିଲା। ସୋରଡା ଏନ ଏ ସି ର କର୍ମଚାରୀ ମାନେ ଦୁଇ ରୋଟେଟ ଗେଟ ଅଫିସ କୁ ନେଇଯାଇଥିଲେ। ସୋରଡା ଏନ ଏ ସି ରେ ନିମ୍ନ ମାନର କାମ ନେଇ ଚାରିଆଡେ ଆଲୋଚନା ଜୋରଧରିଥିଲା। ଏ ସମ୍ପର୍କରେ ଖବର ପ୍ରସାରଣ ପରେ ସୋରଡା ଏନ ଏ ସି ତରଫରୁ ତପ୍ତରତା ପ୍ରକାଶ ପାଇବାସହ ଦୁଇତି ଯାକ ଗେଟ କୁ ଆଜି ମରାମତି କରିବା ସହ ଯାତ୍ରୀ ବିଶ୍ରାମଗାରା ରେ ଲଗାଯାଇଛି। ସୋରଡା ଏନ ଏ ସି ରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଏବେ ଚାଲୁଥିବା ବେଳେ ଅନେକ ପ୍ରକଳ୍ପ ର ଉଦଘାଟନ କରାଯାଉଛି। ନିୟମ ପ୍ରକାରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି ତାହାର ସବିଶେଷ ସୂଚନା ସେଠାରେ ଏକ ଫଳକ ମାଧ୍ୟମ ରେ ଦିଆଯାଇବା କଥା। କିନ୍ତୁ ସୋରଡା ଏନ ଏ ସି ରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଅନେକ ପ୍ରକଳ୍ପ ସରୁଛି ଏବଂ ଉଦଘାଟନ ମଧ୍ୟ ହେଉଛି କିନ୍ତୁ ପ୍ରକଳ୍ପ କେଉଁ ଯୋଜନା ଅର୍ନ୍ତଗତ ଓ ଏଥି ପାଇଁ କେତେ ଟଙ୍କା ଅଟକଳ କରାଯାଇଛି, ତାହା ବହୁ ପ୍ରକଳ୍ପ ରେ ଦେଖିବାକୁ ମିଳୁନି। ଫଳରେ ସୋରଡା ଏନ ଏ ସି ର ବିକାଶ ପ୍ରକ୍ରିୟା ଚାଲିଛି ସତ ହେଲେ ଜନସାଧାରଣ ସରକାରଙ୍କ ଯୋଜନା ସମ୍ପର୍କରେ ଆଉ ଜାଣିପାରୁନାହାନ୍ତି। ହେଲେ ଆମ ସୋରଡା ଏନ ଏ ସି କୁ ବୋଧେ ସରକାରଙ୍କ ଏହି ନିୟମ ଲାଗୁନାହିଁ ନଚେତ ଏନ ଏ ସି ସୋରଡା ଜନସାଧାରଣଙ୍କୁ ଜଣାଇବାକୁ ଚାହୁନି ନଚେତ , ସୋରଡା ଏନ ଏ ସି ଏଠାକାର ଜନସାଧାରଣ କୁ ଅଣଦେଖା କରୁଛି। ସେ ଯାହା ହଉନା କାହିଁକି ଯାତ୍ରୀ ବିଶ୍ରାମାଗାର ରେ ଲାଗିଥିବା ଦୁଇଟି ଷ୍ଟିଲ ରୋଟେଟ ଗେଟ ଏନ ଏ ସି ଯଥା ଶୀଘ୍ର ମରାମତି କରି ଲଗାଯାଇଛି।

Leave a Reply

Your email address will not be published. Required fields are marked *