ଗର୍ଭବତୀ ପତ୍ନୀଙ୍କୁ ପିଟିପିଟି ହତ୍ୟାକଲା ସ୍ଵାମୀ

ଗର୍ଭବତୀ ପତ୍ନୀଙ୍କୁ ପିଟିପିଟି ହତ୍ୟାକଲା ସ୍ବାମି ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୁରୁଡିଆମ୍ବ ଗ୍ରାମରେ ।ମୃତ ମହିଳା ହେଲେ ଗ୍ରାମର ମାନା ମୁଣ୍ଡାଙ୍କ ପତ୍ନୀ ମାନା ମୁଣ୍ଡାଙ୍କ ପତ୍ନୀ ଜିରା ମୁଣ୍ଡା। ସୂଚନା ଅନୁସାରେ ଗତକାଲି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ରରୂପ ନେଲା ଯେ ଶେଷରେ ଗର୍ଭବତୀ ଥିବାଜିରାଙ୍କ ପେଟକୁ ଉତ୍ୟକ୍ତ ସ୍ୱାମୀ ଗୋଇଠା ମାରିଥିଲା। ଗୋଇଠା ମାଡ଼ରେ ଜିରା ବେହୋସ ହୋଇପଡିଥିଲେ। ପରେ ଏକ ଠେଙ୍ଗାରେ ପତ୍ନୀଙ୍କ ମୁଣ୍ଡକୁ ମାନା ପିଟିବାକୁ ଘଟଣା ସ୍ଥଳରେ ମାନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ ପରେ କୋଟ ଚାଲାଣ କରିଛି।