ସଙ୍ଗୀତା ମୃତ୍ୟୁ ମାମଲାର ଅଭିଯୁକ୍ତକୁ ଗିରଫ କଲା ପୋଲିସ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ତପ୍ତପାଣି ଘାଟି ନୂତନ କଲ୍ୟାଣ ମଣ୍ଡପ ପଛ ନାଳରେ ସଙ୍ଗୀତା ପ୍ରଧାନ ନାମୀ ଜଣେ ବିବାହିତା ମହିଳାଙ୍କୁ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ମିଥୁନ ବିଷୋୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଖବରପ୍ରକାରେ , ପୋଡାମାରୀ ଗ୍ରାମର ନାରାୟଣ ପ୍ରଧାନଙ୍କ ଝିଅ ସଙ୍ଗୀତା ଜଣେ ବିବାହିତା ମହିଳା ହୋଇଥିବା ବେଳେ ଅଭିଯୁକ୍ତ ମିଥୁନ ମଧ୍ୟ ବିବାହିତ ରହିଥିଲେ । ଏପଟେ ଉଭୟ ସଙ୍ଗୀତା ଓ ମିଥୁନ ପରିବାର ସମ୍ପର୍କୀୟ ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଫୋନ ଯୋଗେ କଥାବାର୍ତ୍ତା ଲୁଚାଛପା ମିଳାମିଶା ଚାଲିଥିଲା । ତେବେ ଗତ ୩ ତାରିଖ ରାତିରୁ ଉଭୟ ଫେରାର ରହିଥିବା ବେଳେ ସଙ୍ଗୀତା ଘରୁ ବାହାରିବା ସମୟରେ ସୁନାଗହଣା ଲୁଚାଇ ନେଇଥିବା ନାରାୟଣ ଥାନାରେ ଅଭିଯୋଗ କରିବା ସହ ଝିଅ ନିଖୋଜ ରହିଥିବା ଉଲ୍ଲେଖ କରିଥିଲେ । ଏନେଇ ପାଟପୁର ପୋଲିସ ତଦନ୍ତ ଚଳାଇଥିବା ବେଳେ ମଙ୍ଗଳବାର ସକାଳୁ ତପ୍ତପାଣି ନୂତନ କଲ୍ୟାଣ ମଣ୍ଡପ ପଛ ନାଳରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ସହ ଶରୀର ଉପରେ ପଥର ଲଦା ହୋଇଥିବା ଖବର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ନାରାୟଣଙ୍କ ପରିବାରକୁ ଘଟଣାସ୍ଥଳକୁ ଡକାଇବା ପରେ ସେ ଚିହ୍ନଟ କରିଥିଲେ ଯେ , ତାଙ୍କ ଝିଅ ସଙ୍ଗୀତା ବୋଲି । ଘଟଣାପରେ ପାଟପୁର ପୋଲିସ ସମେତ ସାଇଣ୍ଟିଫିକ ଟିମ ଘଟଣାର ଖୋଳତାଡ଼ କରୁଥିବା ବେଳେ ନାରାୟଣ ତାଙ୍କ ସମ୍ପର୍କୀୟ ମିଥୁନଙ୍କ ଉପରେ ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ରହିଥିବା ମିଥୁନଙ୍କୁ ଗିରଫ କରି ଥାନାରେ ଆଣି ଜେରା କରିବା ପରେ ସମସ୍ତ ଘଟଣାର ଘଟଣାର ବିବରଣୀ କହିବା ସହ ସଙ୍ଗୀତାଙ୍କୁ ହତ୍ୟା ପରେ ସୁନାଗହଣା ଲୁଚାଇ ରଖିଥିବା ମାନିଥିଲେ । ତେବେ ବୁଧବାର ଅପରାହ୍ନରେ ଥାନା ମାମଲା ନଂ ୫୦୦/୨୩ ପ୍ରକାରେ ମିଥୁନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍ ଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *