ଅବହେଳିତ ପଡ଼ି ଚାଉଳ ହିତାଧିକାରୀଙ୍କୁ ମିଳିଲା ନ୍ୟାୟ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ – ଗତ ୩୧ ତାରିଖ ଦିନ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତର ଖଡ଼ପଙ୍ଗା ବିତରଣ କେନ୍ଦ୍ରରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସୁଥିବା ପଡ଼ି ଚାଉଳ ଏବଂ ଜନ ମଙ୍ଗଳ ଭତ୍ତା ବର୍ଷ ବର୍ଷ ଧରି ପାଉନଥିବା ନେଇ ଶତାଧିକ ହିତାଧିକାରୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ବିଭାଗୀୟ ତଦନ୍ତ କରିବାର ପ୍ରତିଶୃତି ଦେଇଥିଲେ l କିନ୍ତୁ ଅଦ୍ୟାବଧି ତଦନ୍ତ ପ୍ରକ୍ରିୟା ଶିଥିଳ ଥିବା ହେତୁ ଅଭିଯୋଗକାରୀ ନିରୀହ ଜନଜାତି ବିପକ୍ଷ ଗୋଷ୍ଠୀଙ୍କ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଇଥିବା ନେଇ ବେଲଘର ଥାନାରେ ଅଭିଯୋଗ ହୋଇଛି l ଅପରପକ୍ଷେ ଓଡିଶା ରାଜ୍ୟ ଖାଦ୍ୟ ନିଗମ ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଗୁରୁବାର ଦିନ ତୁମୁଡିବନ୍ଧ ବ୍ଲକ ଗସ୍ତ କରିଥିଲେ l ସେ ସ୍ଥାନୀୟ ପ୍ରଶାସନର ପୂର୍ବ ପ୍ରସ୍ତୁତି ଧୋବଲା ଖମନ ଅଙ୍ଗନବାଡି କେନ୍ଦ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ପରେ ମୁଣ୍ଡିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ପଡ଼ି ଚାଉଳ ବିତରଣ ଯାଞ୍ଚ କରିଥିଲେ l ଏବଂ ଏହାପରେ ମୁଣ୍ଡିଗଡ଼ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ l ଏହିଗସ୍ତ ପରିପ୍ରେକ୍ଷୀରେ ବାଲିଗୁଡ଼ା ଉପଜିଲ୍ଲାପାଳ ଏମ ଏସ ମଧୁମିତା ମଧ୍ୟ ଉପସ୍ଥିତ ଥିଲେ l ତେବେ ଏହିପରିପ୍ରେକ୍ଷୀରେ ଖାଦ୍ୟ ନିଗମ ଅଧ୍ୟକ୍ଷଙ୍କୁ ଆମେ ବିଲାମାଳ ପଞ୍ଚାୟତର ଭତ୍ତା ଏବଂ ପଡ଼ି ଚାଉଳ ହଡ଼ପ ଅଭିଯୋଗ ଜନିତ ପ୍ରକାଶିତ ଖବରର ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ଉକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ l କିନ୍ତୁ ଉପଜିଲ୍ଲାପାଳ ଏସଂକ୍ରାନ୍ତରେ ତଦନ୍ତ କରି ଉକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱରୁ ବରଖାସ୍ତ କରାଯାଇଛି ବୋଲି ପ୍ରତିକ୍ରିୟା ଦେଇଥିଲେ l ଉପଜିଲ୍ଲାପାଳଙ୍କ ମନ୍ତବ୍ୟ ମୁତାବକ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଉକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ କାରଣ ଦର୍ଶାଅ ବିଜ୍ଞପ୍ତି ଜାରୀ କରାଯାଇଥିଲା l ଏହାପରେ ସେମାନଙ୍କ ପ୍ରତ୍ୟୁତରରେ ଅସନ୍ତୋଷ ଜଣକ ଅନୁଭବ କରି ଚାଉଳ ବିତରଣ ଦାୟିତ୍ୱ ବରଖାସ୍ତ କରାଯାଇଛି l ଭତ୍ତା ହଡ଼ପ ବିଷୟ ତଦନ୍ତ ପରିସରଭୁକ୍ତ ଥିବା ଉପଜିଲ୍ଲାପାଳ କହିଛନ୍ତି l ତେଣୁ ଏହିଭଳି ଘୋଷଣା ପରେ ଅବହେଳିତ ଗ୍ରାମବାସୀଙ୍କୁ ଏକପ୍ରକାର ନ୍ୟାୟ ମିଳିଥିବା କୁହାଯାଉଛି l ତେବେ ଖାଦ୍ୟ ନିଗମ ଅଧ୍ୟକ୍ଷ କେବଳ ତୁମୁଡିବନ୍ଧ ସଦର ପଞ୍ଚାୟତର ସମସ୍ୟା ବୁଝିଥିବା ବେଳେ ସମସ୍ୟା ବହୁଳ ଦୁର୍ଗମାଞ୍ଚଳ ଗସ୍ତ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *