ସିଂଲାରେ ନକଲି ବିଦେଶୀ ମଦ କାରଖାନା ରେ ଚଢ଼ାଉ, ବିପୁଳ ମଦ ଜବଦ, ୪ଗିରଫ

ବସ୍ତା ଅବକାରୀ ବିଭାଗ ସିଂଲା ଥାନା ଅଂଚଳରେ ଏକ ବିଦେଶୀ ମଦ କାରଖାନାରେ ଅଚାନକ ଚଢ଼ାଉ କରି ବିପୁଳ ମଦ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।ବାଲେଶ୍ୱର ଜିଲ୍ଲାରେ ନକଲି ମଦ କାରଖାନା ଚାଲିଥିବା ସମ୍ପର୍କରେ ସୂଚନା ପାଇ ଏକ ସ୍ୱତନ୍ତ୍ର ଦଳ ସିଂଲା ରେ ଚଢ଼ାଉ କରିଥିଲେ । ଥାନା ଠାରୁ ମାତ୍ର କିଛି ଦୂରରେ ତରାଶଙ୍କର ଜେନା ଙ୍କ ଘରେ ଏହି ଚଢ଼ାଉ ହୋଇଥିଲା। ସେଠାରୁ ନକଲି ମଦ ଭର୍ତି ୧୧୩ବୋତଲ ମଦ ଏବଂ ୪୫୦ଖାଲି ବୋତଲ ୧୦୦୦ ବିଭିର୍ନ ବ୍ରାଣ୍ଡ ର ଠିପି ଏବଂ ୫୦୦ ଅବକାରୀ ଲେବୁଲ ୪୦ଲି ସ୍ପିରିଟ ସହ ଅନ୍ୟାନ ସାମଗ୍ରୀ ଜବତ କରିଛନ୍ତି । ଅବିଯୁକ୍ତ ତରାଶଙ୍କର ଙ୍କୁ ଗିରଫ କରି କୋଟ ଚାଲାଣ କରାଯାଇଛି । ଜିଲ୍ଲା ଅବକାରୀ ଅଧକ୍ଷ ଶେଖ ଆସିଫ ଅଲ୍ଲୀଙ୍କ ନିର୍ଦେଶ କ୍ରମେ ସଦର ଅବକାରୀ ନିରୀକ୍ଷକ ପ୍ରବୀର ପ୍ରଧାନ, ଗୁଳାରାମ ସୋରେନ ସମେତ ଅନ୍ୟ କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।